www.samajalive.in
Sunday, December 14, 2025
26.1 C
Bhubaneswar

ଅମ୍ଳଜାନ ଅଭାବରୁ କାହାରି ମୃତ୍ୟୁ ଘଟିନି: କେନ୍ଦ୍ର

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରରେ ଦେଶରେ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହୋଇଥିଲା ସତ; କିନ୍ତୁ ଏଥିନେଇ କାହାରି ଜୀବନ ଯାଇ ନାହିଁ। ଅମ୍ଳଜାନ ଅଭାବରୁ କାହାରି ମୃତ୍ୟୁ ଘଟିଥିବା ସଂକ୍ରାନ୍ତ ସୂଚନା କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରୁ ମିଳି ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ରାଜ୍ୟସଭାରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପୱାର କହିଛନ୍ତି ଯେ ଅମ୍ଳଜାନ ଅଭାବ ନିଶ୍ଚିତ ଭାବେ ଗୁରୁତର ପରିସ୍ଥିତି ସୃଷ୍ଟି କରିଥିଲା।

ଦୈନିକ ସାଧାରଣ ଭାବେ ୩୦୯୫ଟନ୍‌ ମେଡିକାଲ ଅମ୍ଳଜାନ ଆବଶ୍ୟକ ପଡ଼ୁଥିବାବେଳେ ହଠାତ୍‌ ଏପ୍ରିଲ-ମେ’ ମାସରେ ଏହା ୯୦୦୦ଟନ୍‌କୁ ବୃଦ୍ଧି ପାଇଥିଲା। ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ଚିହ୍ନଟ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମାର୍ଗଦଶିକା ପଠା ଯାଇଥିଲା। ଏ ସମ୍ପର୍କରେ ନିୟମିତ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରାଯାଇଥିଲା। ଏପ୍ରିଲ ୧୫ରୁ ମେ’ ୨୮ ସୁଦ୍ଧା ସର୍ବାଧିକ ଅମ୍ଳଜାନ ଆବଶ୍ୟକ କରୁଥିବା ୨୬ରାଜ୍ୟଙ୍କୁ ୧୦ହଜାର ୨୫୦ ଟନ୍‌ ଯୋଗାଯାଇଥିଲା। ବିଦେଶରୁ ଅମ୍ଳଜାନ ଆମଦାନୀ ସହ ଦେଶରେ ଏହାର ଉତ୍ପାଦନ ଯୁଦ୍ଧକାଳୀନ ଭିତ୍ତିରେ ବୃଦ୍ଧି କରାଯାଇଥିଲା। ଅତଏବ ଅମ୍ଳଜାନ ଅଭାବରୁ କାହାରି ମୃତ୍ୟୁ ଘଟି ଥିବା ଏଥିରୁ ଜଣାପଡ଼ି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories