www.samajalive.in
Saturday, December 13, 2025
26.1 C
Bhubaneswar

ମହାକୁମ୍ଭକୁ ବଇରୀ ମହାମାରୀ, ବାତିଲ ହୋଇପାରେ ଅଲିମ୍ପିକ୍‌ସ

ଟୋକିଓ: ଜାପାନର ଟୋକିଓ ସହରରେ ଆସନ୍ତା ଶୁକ୍ରବାରରୁ ଅଲିମ୍ପିକ୍‌ସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ଯେପରି ବିଭିନ୍ନ ଦଳର କ୍ରୀଡ଼ାବିତ୍‌ ଓ ପ୍ରଶିକ୍ଷକମାନେ କରୋନା ସଂକ୍ରମିତ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ଅଲିମ୍ପିକ୍‌ସ ବାତିଲ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତ ଦେଇଛନ୍ତି ଆୟୋଜକ କମିଟି ମୁଖ୍ୟ ଟୋସିରୋ ମୁଟୋ।

ଏକ ସାମ୍ବାଦିକ ସମ୍ମିଳନୀରେ ମୁଟୋ କହିଥିଲେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଅଲିମ୍ପିକ୍‌ସ ଆୟୋଜିତ ହେବାକୁ ଯାଉଛି। ଏହାକୁ ସଫଳତାପୂର୍ବକ ଆୟୋଜନ କରିବା ଆୟୋଜକଙ୍କ ନିମନ୍ତେ ବଡ଼ ଆହ୍ବାନ। ଅଲିମ୍ପିକ୍‌ସରେ ଯୋଗ ଦେବାକୁ ଆସିଥିବା କେତେକ କ୍ରୀଡ଼ାବିତ୍‌ ଓ ପ୍ରଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି, ଯାହାକି ଚିନ୍ତାଜନକ। ପରିସ୍ଥିତି ଉପରେ ଆୟୋଜକ କମିଟି ଦୃଷ୍ଟି ରଖିଛି। ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ିଲେ ଅଲିମ୍ପିକ୍‌ସ ବାତିଲ ହେବା ଅସମ୍ଭବ ନୁହେଁ। ଟୋକିଓ ଅଲିମ୍ପିକ୍‌ସ ଗତବର୍ଷ ଅନୁଷ୍ଠିତ ହେବାର ଥିଲା। ତେବେ କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଚଳିତ ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା।

- Advertisement -

ବର୍ତ୍ତମାନ ଜାପାନର ଟୋକିଓ ସମେତ କେତେକ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବିଭିନ୍ନ ଦେଶରୁ ଆସୁଥିବା କ୍ରୀଡ଼ାବିତ୍‌ ଓ ପ୍ରଶିକ୍ଷକମାନେ କରୋନା ସଂକ୍ରମିତ ହେବା ଆୟୋଜକ କମିଟି ଚିନ୍ତା ବଢ଼ାଇ ଦେଇଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣଜନିତ ପରିସ୍ଥିତିରେ ଅଲିମ୍ପିକ୍‌ସ ଆୟୋଜିତ ହେବାକୁ ଯାଉଥିବାରୁ ଏହାକୁ ଜାପାନର ଟୋକିଓ ସମେତ ଅନ୍ୟ ସହରବାସୀ ନାପସନ୍ଦ କରୁଛନ୍ତି। ଅଲିମ୍ପିକ୍‌ସ ଆୟୋଜିତ ହେଲେ ଜାପାନରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ସେମାନେ ମତ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories