www.samajalive.in
Saturday, December 13, 2025
26.1 C
Bhubaneswar

ଲଉଡି ଗାଁରୁ ଚୋରି ହୋଇଥିବା ସୁନା ଅଳଙ୍କାର ଜବତ, ୨ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡି ଗାଁରେ ଗତ ୧୪ ତାରିଖରେ ଚୋରି ହୋଇଥିବା ସୁନା ଅଳଙ୍କାରକୁ ପୁଲିସ ଜବତ କରିବା ସହ ଚୋରିରେ ସଂପୃକ୍ତ ୨ ଚୋରଙ୍କୁ କାବୁ କରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ତୁରନ୍ତ ଗିରଫ ହେବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି କଳୁଆ ସାହିର ଏସ.ସୁକ୍ରୁ(୫୫) ଓ ଏସ.ତୋଫାନ(୩୦)ବୋଲି ପୁଲିସ ସୂଚନା ଦେଇଛି।

ଅଭିଯୋଗ ଅନୁଯାୟୀ, ଲଉଡି ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଘରୁ ଗତ ୧୪ ତାରିଖ ମଧ୍ୟରାତ୍ରରେ ୫ ଜଣ ଚୋର ଘରର ପଛପଟ କବାଟ ତାଡି ଘର ମଧ୍ୟରେ ପସି ଆଲମିରାରେ ଥିବା ପ୍ରାୟ ୬ ଲକ୍ଷ ଟଙ୍କାର ବିଭିନ୍ନ ରୁପା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ।ଘଟଣା ନେଇ ରମେଶଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୮୮/୨୧ରେ ଏକ ମାମଲା ରୁଜୁ କରିବା ସହ ଘଟଣା ନେଇ ଆଇଆଇସି ବିବେକାନନ୍ଦ ମହନ୍ତଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ ପୂର୍ବକ ଛାନଭିନ୍ ଆରମ୍ଭ କରାଯାଇଥିଲା। ଏହି କ୍ରମରେ ଏହି ଟିମକୁ ସଫଳତା ମିଳିବା ସହ ଏଥିରେ ସମ୍ପୃକ୍ତ ଥିବା ସୁକ୍ରୁ ଓ ତୋଫାନକୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କାର ସୁନାଗହଣା ଜବତ କରାଯାଇଥିବା ଆଇଆଇସି ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି। ଏହା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ତିନିଜଣଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories