www.samajalive.in
Thursday, December 11, 2025
13.1 C
Bhubaneswar

କୃଷକ ମା’ଙ୍କ ସୁଯୋଗ୍ୟ ସନ୍ତାନ

ପିଲା ଯେତେବେଳେ ସଫଳ ହୁଅନ୍ତି, ସେତେବେଳେ ହିଁ ବାପା-ମା’ ଗୌରବାନ୍ବିତ ଅନୁଭବ କରିବା ସହ ନିଜକୁ ଦୁନିଆର ସବୁଠୁ ସୁଖୀ ବ୍ୟକ୍ତି ବୋଲି ମନେକରନ୍ତି। ଏଇ କଥା କହିଛନ୍ତି ଉତ୍ତର-ପ୍ରଦେଶର ଆହି ଗ୍ରାମ ନିବାସୀ ୬୫ ବର୍ଷୀୟା ଚମେଲି ଦେବୀ। ୫ ଝିଅ ଓ ୨ପୁଅଙ୍କ ସହ ତାଙ୍କ ସ୍ବାମୀ-ସ୍ତ୍ରୀଙ୍କ ହସଖୁସିର ସଂସାର ପୂରି ଉଠିଥିଲା। ହେଲେ ଚମେଲିଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲାବେଳେ ସ୍ବାମୀ ରୋଗରେ ଆରପାରିକୁ ଚାଲିଗଲେ। ପିଲାଙ୍କୁ କେମିତି ଦୁଇ ଓଳି ଖୁଆଇବା ସହ ପାଠ ପଢ଼ାଇବେ, ଏଇ ଚିନ୍ତାରେ ଘାରି ହେଉଥାନ୍ତି ସେ। ଯାହା ପାଖରେ ହାତ ପତାଇଲେ ମଧ୍ୟ ସେମାନେ ମୁହଁ ବୁଲାଇଦେଲେ। ଏହା ସହ ତାଙ୍କ ଉପରେ କେତେଜଣଙ୍କ ଲୋଲୁପ ଦୃଷ୍ଟି ଜାଣିବା ପରେ ନିଜ ଭାଗ୍ୟକୁ ନିନ୍ଦିଲେ। ଏଇ ସମୟରେ ଚମେଲିଙ୍କ ମା’ ଝିଅକୁ ପରାମର୍ଶ ଦେଲେ ନିଜ ଜମି ଚାଷ କରିବା ପାଇଁ। ଚମେଲି କିନ୍ତୁ ଏ କଥାକୁ ଗ୍ରହଣ କଲେନି କାରଣ ଗାଁଗହଳିରେ ଏସବୁ କରିବା ଏତେ ସହଜ ନୁହେଁ। ତେବେ ଆଉ କିଛି ଉପାୟ ନଥିଲା ତାଙ୍କ ପାଖରେ। ନିଜ ଜମିରେ ଚାଷ କଲେ। ଭୋରରୁ ନିଜେ ଉଠିବା ସହ ସବୁ ପିଲାଙ୍କୁ ମଧ୍ୟ ଉଠାଇ ପାଠ ପଢ଼ିବାକୁ କହନ୍ତି। ବାପା ଛେଉଣ୍ଡ ପିଲା ମଧ୍ୟ ମା’ର କଠିନ ପରିଶ୍ରମକୁ ସେଇ ବାଲ୍ୟଦିନରୁ ଅନୁଭବ କଲେ। ବଡ଼ ଝିଅ ନିରୁପମା ସବୁ ଭାଇଭଉଣୀଙ୍କ ପାଠପଢ଼ା ଦାୟିତ୍ବ ବହନ କରିବା ସହ ନିଜେ ମଧ୍ୟ ଘର କାମ କରି ପଢ଼ିଲା। ଦଶମ ଶ୍ରେଣୀରେ ସମଗ୍ର ରାଜ୍ୟରେ ନିରୁପମା ପ୍ରଥମ ହେଲେ। ଏହା ପରେ ଯୁକ୍ତ ୨ ବିଜ୍ଞାନରେ ମଧ୍ୟ ପୂରା ରାଜ୍ୟରେ ପଞ୍ଚମ ସ୍ଥାନ ଗ୍ରହଣ କରି ଡାକ୍ତରୀ ପଢ଼ି ଏବେ ଏମ୍ସରେ ଡାକ୍ତର ଅଛନ୍ତି। ଅନ୍ୟ ଭଉଣୀମାନେ ଯଥାକ୍ରମେ ଶିକ୍ଷୟିତ୍ରୀ, ପ୍ରଶାସନିକ ସେବାରେ ନିଯୁକ୍ତି ପାଇବା ସହ ୨ ପୁଅଙ୍କ ମଧ୍ୟରୁ ଜଣେ ରେଳ ବିଭାଗରେ କର୍ମଚାରୀ ଓ ଅନ୍ୟ ଜଣେ ଗତ ବର୍ଷ ପ୍ରଶାସନିକ ସେବାରେ ୧୬୨ ତମ କ୍ରମାଙ୍କ ପାଇଥିଲେ। ଚମେଲି ଦେବୀ କହିଛନ୍ତି ପିଲାଙ୍କ ସଫଳତାରେ ଖୁବ୍ ଖୁସି। ମୁଁ ମାଟିର ସେବା କଲି ଓ ତା’ର ଆଶୀର୍ବାଦରେ ଆଜି ମୋ ପିଲାମାନେ ପରିଚିତ ହୋଇପାରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories