ଅନେକ ବର୍ଷ ପୂର୍ବେ ମଧ୍ୟ ବିଭିନ୍ନ ପ୍ରାନ୍ତରେ ବଳକା ଖାଦ୍ୟକୁ ରଖାଯାଇ ପୁନଃ ଉପଯୋଗ କରାଯାଉଥିଲା। ଯଦିଓ ସେତେବେଳେ ଆଜିଭଳି ସୁବିଧାମାନ ନଥିଲା, କିନ୍ତୁ ଲୋକେ ବାସି ଖାଦ୍ୟ ଖାଉଥିଲେ। ଏବର ସମୟରେ ପ୍ରତ୍ୟେକ ବର୍ଗର ଲୋକେ ବଳକା ଖାଦ୍ୟକୁ ଫ୍ରିଜ୍ରେ ରଖିବା ସହ ମାଇକ୍ରୋୱେଭ୍ ସହାୟତାରେ ଏସବୁ ଗରମ କରିପାରୁଛନ୍ତି।
ଅନେକଙ୍କ ଧାରଣା ଯେ ମାଇକ୍ରୋୱେଭ୍ ଖାଦ୍ୟ ଶରୀର ପାଇଁ ହାନିକାରକ। ସେପରି ଆଦୌ ନୁହେଁ। ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ମାଇକ୍ରୋୱେଭ୍ରେ ୨-୫ ମିନିଟ୍ ଗରମ କଲେ ତାହାର ପୋଷକତତ୍ତ୍ବ ସେହିପରି ରହେ।
ଧ୍ୟାନରେ ରଖିବେ, କେବେହେଲେ ପ୍ଲାଷ୍ଟିକ୍ ବାସନରେ ମାଇକ୍ରୋୱେଭ୍ କରିବେ ନାହିଁ। ସବୁବେଳେ କାଚ କିମ୍ବା ସେରାମିକ୍ ପାତ୍ରରେ ଖାଦ୍ୟ ମାଇକ୍ରୋୱେଭ୍ କରିବା ଉଚିତ।
ଗୋଟିଏ ବ୍ୟଞ୍ଜନକୁ ମାଇକ୍ରୋୱେଭ୍ କରିବା ମାତ୍ରେ ତାହାକୁ ପରଷି ଖାଇନିଅନ୍ତୁ। ଏହା ସର୍ବୋତ୍ତମ।
ମାଇକ୍ରୋୱେଭ୍ ଖାଦ୍ୟ କେତେ ଉପଯୋଗୀ ?
Popular Categories



