www.samajalive.in
Wednesday, December 10, 2025
14.1 C
Bhubaneswar

ତାମିଲନାଡୁ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ଶବ

କଲମପୁର : କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁରରେ ଦାଦନ ଯନ୍ତ୍ରଣା ବଢ଼ିବାରେ ଲାଗିଛି।ତାମିଲନାଡୁରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅର୍ଥାଭାବ ଯୋଗୁଁ ଶବ ଘରକୁ ଆସି ପାରୁନଥିବା ନେଇ ସାଧାରଣରେ ଦୁଃଖର ବିଷୟ ହୋଇଛି।ପ୍ରାପ୍ତସୂଚନାରୁ ପ୍ରକାଶ ଯେ,ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ସମାପଲା ଗାଁର ଡୁମେନ ମାଝୀଙ୍କ ସାନପୁଅ ବିନାରସିଂ ମାଝୀ(୩୧) ଗତ ୨୦୧୯ ମସିହାରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ।ଗତକିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କ ସାଙ୍ଗରେ ଥିବା ସାଥିମାନେ ତାଙ୍କୁ ତାମିଲନାଡୁର କୋଏମ୍ବାଟୁର ସରକାରୀ ମେଡ଼ିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ  ବିନାରସିଂ ମାଝୀଙ୍କ ଦେହାନ୍ତ  ହୋଇଥିବା ଜଣାପଡିଛି।ହୋଇଛି।ତାଙ୍କ ଦେହାନ୍ତ ଖବର ଶୁଣି ପରିବାର ମଧ୍ୟରେ ଭାଳେଣି ପଡି ଯାଇଛି।ଗୋଟିଏ ପଟେ ଅର୍ଥ ଅଭାବ ଯୋଗୁଁ ଶବ ମଧ୍ୟ ଗାଁକୁ ଆସିପାରୁନାହିଁ । ବିନାରସିଂ ବିବାହିତ ଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି।ସେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ରୋଜଗାରିଆ ସ୍ୱାମୀକୁ ହରାଇ ସ୍ତ୍ରୀ ଏବେ ବେସାହାରା ହୋଇପଡିଛନ୍ତି । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories