www.samajalive.in
Sunday, December 14, 2025
19.1 C
Bhubaneswar

ଦର ବୃଦ୍ଧି ବିରୋଧରେ ଘଟଗାଁ ବ୍ଲକ୍ କଂଗ୍ରେସର ଦସ୍ତଖତ ଅଭିଯାନ

ପାଟଣା: ଘଟଗାଁ ବ୍ଲକ୍ କଂଗ୍ରେସ୍ ସଭାପତି ପ୍ରଭାକର ନାୟକଙ୍କ ନେତୃତ୍ବରେ ବରିଷ୍ଠ କଂଗ୍ରେସ୍ ନେତା ବିଶ୍ଵନାଥ ବେଜ, ସୁରେନ୍ଦ୍ର ପଟ୍ଟନାୟକ, ବିକ୍ରମ ରାଉତ, ହ୍ରୁଦୟ ରଞ୍ଜନ ସିଂ, ଦୁର୍ଗା ପ୍ରସାଦ ବେହେରା, ସେଖ୍ ହାଇଦର୍, ରାଧାକାନ୍ତ ବାରିକ୍,ବଳଭଦ୍ର ମହାକୁଡ, ଘନଶ୍ୟାମ ମୁଣ୍ଡା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଘଟଗାଁର ଦୁଇଟି ତେଲ ଟାଙ୍କିରେ ତେଲ ପକାଉ ଥିବା ୨ ଚକିଆ ତଥା ୪ ଚକିଆ ଯାନରେ ଥିବା ଲୋକମାନଙ୍କୁ ବର୍ତ୍ତମାନ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ କମ୍ ଥିବା ବେଳେ କିଭଳି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମନ ମୁତାବକ ତୈଳ ଦର ଅହେତୁକ ଭାବରେ ବୃଦ୍ଧି କରିଚାଲିଛନ୍ତି ତାହା ପ୍ରଶ୍ନ କରିଥିଲେ ଏବଂ ଏହାର ତିବ୍ର ପ୍ରତିବାଦ ପାଇଁ ଆହ୍ବାନ ଦେଇଥିଲେ। ସାଧାରଣ ଜନ ମାନସ ସରକାରଙ୍କର ଏତାଦୃଶ ଗରିବ ମାରଣ ନୀତିକୁ ତିବ୍ର ନିନ୍ଦା କରି ପ୍ରତିବାଦ ସ୍ବରୂପ ନିଜର ସ୍ବାକ୍ଷର ସହ ମୋବାଇଲ୍ ନମ୍ବର ଦେଇଥିଲେ।

ସେହିପରି ଢେଙ୍କିକୋଟର ୩ଟି ଟାଙ୍କିରେ ବରିଷ୍ଠ କଂଗ୍ରେସ ନେତା ରାମ ଚନ୍ଦ୍ର ସାହୁ, ରୁଦ୍ର ନାରାୟଣ ସିଂ, ସେଖ୍ ମୋତିନ୍, ଟଙ୍କଧର ମାଝି, ଫକିର ମହାନ୍ତ, ଦିପ୍ତୀ ପ୍ରକାଶ ମଣ୍ଡଳ, କବିବର ନାଏକ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଜନ ସାଧାରଣଙ୍କ ଠାରୁ ଦସ୍ତଖତ ଏବଂ ମୋବାଇଲ୍ ନମ୍ବର୍ ସଂଗ୍ରହ କରିଥିଲେ। ବାଙ୍କପାଟୁଳି ଟାଙ୍କିରେ ଦୁଷ୍ମନ୍ତ ଗିରି, ଗୈାରହରି ନାୟକ, ଉତ୍ତମ ପଲେଇ, ବଳରାମ ପଲେଇ, ସହଦେବ ବାରିକ, ତାପସ୍ କୁମାର ନାୟକ, ପୁର୍ଣ୍ଣ ଚନ୍ଦ୍ର ନାୟକ, ରତ୍ନାକର ମହାପାତ୍ରଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଜନ ସାଧାରଣଙ୍କର ପ୍ରତିବାଦ ସ୍ଵରୂପ ଦସ୍ତଖତ ଏବଂ ମୋବାଇଲ୍ ନମ୍ବର ସଂଗ୍ରହ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories