www.samajalive.in
Friday, December 12, 2025
14.1 C
Bhubaneswar

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ୧୫ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ବଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ଟି ପ୍ରସ୍ତାବକୁ  କ୍ୟାବିନେଟ ଅନୁମୋଦନ କରିଛି। ଆନ୍ତଃ ରାଜ୍ୟ ଯୋଗାଯୋଗକୁ ଉନ୍ନତ କରିବାକୁ, ରାଜ୍ୟ କ୍ୟାବିନେଟ୍ ୨୩ କିଲୋମିଟର ଦୀର୍ଘ ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାକୁ ୨-ଲେନିଂକୁ ଅନୁମୋଦନ କରିଛି। ବସୁନ୍ଧରା କୋଇଲା ଖଣିକୁ ସଂଯୋଗ କରୁଥିବା ଏହି ରାସ୍ତା ପାଇଁ ୧୦୨.୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଫଳରେ ଖଣିଜ ପରିବହନ ଟ୍ରାଫିକ୍ ସମସ୍ୟା ଦୂର ହୋଇ ପାରିବ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପ ଶେଷ ପାଇଁ ୨୪ ମାସର ସମୟସୀମା ନିର୍ଦ୍ଧାରଣ ହୋଇଥିବା ବେଳେ ୧୦ଟି ବ୍ଲକର ୬ଲକ୍ଷରୁ ଅଧିକ ଲୋକ ଏହା ଦ୍ୱାରା ଉପକୃତ ହେବେ। ରାଜ୍ୟରେ ବୈଷୟିକ ଶିକ୍ଷାକୁ ଆହୁରି ମଜବୁତ କରି, ଭୁବନେଶ୍ୱରର ସିଇଟିକୁ ଅଣ-ଅନୁବନ୍ଧିତ ଏକକ ବିଶ୍ବ ବିଦ୍ୟାଳୟରେ ପରିଣତ କରାଯିବ। ଓଡ଼ିଶା ବିଶ୍ୱବିଦ୍ୟାଳୟ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚରେ ପରିଣତ କରିବା ପ୍ରସ୍ତାବକୁ କ୍ୟବିନେଟ ଅନୁମୋଦନ କରିଛି।ଏହି ନିଷ୍ପତ୍ତି ଉଚ୍ଚମାନର ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା, ଗବେଷଣା ଏବଂ ଶିଳ୍ପ ଯୋଗାଯୋଗକୁ ସହଜ କରିବ। ଏହା ମଧ୍ୟ ଦେଶ ତଥା ବାହାରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଉଚ୍ଚଶିକ୍ଷା ଏବଂ ଗବେଷଣା ପାଇଁ ସହଯୋଗୀ ଉଦ୍ୟୋଗ ଲାଗି ଦ୍ୱାର ଉନ୍ମୁକ୍ତ କରିବ। ଅନ୍ୟ ପକ୍ଷରେ ଓସୱାନ ପ୍ରକଳ୍ପର  ଆଧୁନିକୀକରଣକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories