www.samajalive.in
Saturday, December 6, 2025
26.1 C
Bhubaneswar

କୃଷକମାନଙ୍କୁ ଠିକ୍ ସମୟରେ ମାତୃଭାଷାରେ ଉପଯୁକ୍ତ ସୂଚନା ଦେବ ‘କିଷାନ ସାରଥୀ’

ନୂଆଦିଲ୍ଲୀ: ଏଣିକି ଡିଜିଟାଲ ପ୍ଲାଟଫର୍ମରେ କୃଷକମାନେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କ ସମସ୍ୟା ନେଇ ବୈଜ୍ଞାନିକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିପାରିବେ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଠିକ୍ ସମୟରେ କୃଷକମାନଙ୍କୁ ଉପଯୁକ୍ତ ସୂଚନା ସେମାନଙ୍କ ମାତୃଭାଷାରେ ଦେବା ପାଇଁ ‘କିଷାନ ସାରଥୀ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମକୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ମିଳିତଭାବେ ଉଦ୍‌ଘାଟନ କରିଛନ୍ତି ।

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ‘କିଷାନ ସାରଥୀ’ ମାଧ୍ୟମରେ ଦେଶର ଗ୍ରାମାଞ୍ଚଳର କୃଷକମାନଙ୍କୁ ଡିଜିଟାଲ ପଦ୍ଧତି ପ୍ରୟୋଗ କରି ସଶକ୍ତ କରାଯାଇପାରିବ । କୃଷିବିଜ୍ଞାନ କେନ୍ଦ୍ରଗୁଡିକରୁ କୃଷକମାନେ କୃଷି ଏବଂ କୃଷି ସମ୍ପର୍କୀତ ବିଷୟ ନେଇ ରହିଥିବା ସମସ୍ୟାଗୁଡିକ ଉପରେ ଆଲୋଚନା କରିପାରିବେ । ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଥିଲେ ଯେ କୃଷକମାନଙ୍କ ଉତ୍ପାଦିତ ପଦାର୍ଥ ସବୁକୁ ଉତ୍ପାଦିତ ସ୍ଥାନରୁ ବିକ୍ରି ପାଇଁ ନିକଟତମ ବଜାର ପର୍ୟ୍ୟନ୍ତ ପରିବହନ ବ୍ୟବସ୍ଥାରେ କ୍ଷତିକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ବୈଜ୍ଞାନିକମାନେ ଗବେଷଣା କରିବା ଉଚିତ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ମନ୍ତ୍ରୀ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ମତ୍ସ୍ୟ ପଶୁପାଳନ ଏବଂ ଦୁଗ୍‌ଧ ଚାଷ ମନ୍ତ୍ରଣାଳୟକୁ ସମସ୍ତ ପ୍ରକାର ସହଯୋଗ କରି କୃଷକମାନଙ୍କୁ ସଶକ୍ତ କରିବା ଦିଗରେ ଉଦ୍ୟମ କରିବେ ବୋଲି କହିଥିଲେ । କୃଷିଜାତ ପଦାର୍ଥର ପରିବହନ ସମୟକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ରେଳ ମନ୍ତ୍ରଣାଳୟ ଯୋଜନା କରୁଛି ବୋଲି ମଧ୍ୟ କହିଥିଲେ ।

- Advertisement -

ଭୌଗୋଳିକ ସ୍ଥିତିକୁ ନେଇ କୃଷକମାନଙ୍କୁ ଆବଶ୍ୟକୀୟ ସୂଚନା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ପାଇଁ ‘କିଷାନ ସାରଥୀ’ ପ୍ଲାଟଫର୍ମ ପ୍ରସ୍ତୁତ କରିଥିବାରୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦକୁ ମନ୍ତ୍ରୀ ଶ୍ରୀବୈଷ୍ଣବ ଧନ୍ୟବାଦ ଜଣାଇଥିଲେ ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories