www.samajalive.in
Monday, December 8, 2025
27.1 C
Bhubaneswar

ତୃତୟ ଲହର ପାଇଁ ସରକାର ପ୍ରସ୍ତୁତ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ତୃତୟ ଲହର ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଆମର ସର୍ଭିଲାନ୍ସ ଟିମ୍‍ ପ୍ରସ୍ତୁତ ଅଛନ୍ତି। ଟେଷ୍ଟିଂକୁ ବଢାଇବା କାର୍ଯ୍ୟ ଜାରି ରହିଛି। ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି। ଟିକା ନିଅନ୍ତୁ ବା ନ ନିଅନ୍ତୁ କି ରୋଗ ଥାଉ କି ନଥାଉ ସମସ୍ତେ କୋଭିଡ କଟକଣା ମାନନ୍ତୁ, କାରଣ କୋଭିଡ ଏବେ ବି ଆମ ପରିବେଶ ଭିତରେ ଘୁରି ବୁଲୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ଅନ୍ୟ ପକ୍ଷରେ କରୋନା ନେଇ ଭାରତ ସରକାରଙ୍କ ପୂର୍ବ ପ୍ରସ୍ତୁତି ବେଶ ସ୍ୱାଗତଯୋଗ୍ୟ। ବିଶ୍ୱରେ କିଛି ଦେଶର ସଂକ୍ରମଣ ହାର ବଢ଼଼ୁଛି। ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍‍ ରହୁଛି କିନ୍ତୁ ସଂକ୍ରମଣ ବଢ଼଼ୁଛି। ଆମେ ପୂର୍ବରୁ ମଧ୍ୟ ଦେଖିଛେ ଗୋଟିଏ ଲହର ୩ରୁ ୪ ମାସ ରହୁଛି। ସେଥିପାଇଁ ତାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେ କହିଛନ୍ତି, ସଜାଗ ରହିଲେ ସ୍ୱାସ୍ଥ୍ୟ ବିଭାଗ ବା ସରକାରଙ୍କ ପକ୍ଷରୁ କିଛି ଆକ୍ଟିଭିଟି କରାଯିବ। ଜନସାଧାରଣ ତାକୁ ମାନିବେ। କିଛି ଏନ୍‍ଫୋର୍ସମେଣ୍ଟ ହେବ। ଏହିଭଳି ଯାହା କାର୍ଯ୍ୟ ଅଛି ତାହା ଚାଲିବ। କୋଭିଡ କଟକଣା ମାନିବା ନେଇ   ଆମେ ସମସ୍ତେ ସମସ୍ତଙ୍କର ଦାୟିତ୍ୱ ନିର୍ବାହ କରିବା ଦରକାର ବୋଲି ସେ କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories