www.samajalive.in
Wednesday, December 10, 2025
18.1 C
Bhubaneswar

ଦରବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ଓ ଦସ୍ତଖତ ସଂଗ୍ରହ

ଗୋପାଳପୁର: ପେଟ୍ରୋଲ, ଡିଜେଲ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଶନିବାର ରାଜ୍ୟ କଂଗ୍ରେସର ନିର୍ଦ୍ଦେଶକ୍ରମେ ଗୋପାଳପୁର ନିର୍ବାଚନମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଏକ ରାଲି ଆୟୋଜନ ସହ ଅଞ୍ଚଳରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏହାସହ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି।

ଗୋପାଳପୁର କଂଗ୍ରେସର ବରିଷ୍ଠ ଏସ . ଧର୍ମରାଜ ରେଡ୍ଡୀଙ୍କ ନେତୃତ୍ବରେ ଆୟୋଜିତ ରାଲି ଗୋପାଳପୁରରୁ ବାହାରି ଗୋପାଳପୁର, ରାମଚନ୍ଦ୍ରପୁର, ଡୁରା ଜାତୀୟ ରାଜପଥ, କନିଷି, ହଳଦିଆପଦର ଜାତୀୟ ରାଜପଥରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦରବୃଦ୍ଧି ନେଇ ଲୋକଙ୍କ ମତାମତ ସଂଗ୍ରହ ସହ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଏହି କାର୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ୟ୍ୟ, ରଗେଂଇଲୁଣ୍ଡା ବ୍ଲକ କଂଗ୍ରେସ ସଭାପତି ସୁନିଲ ସାହୁ,କେ.ମୋହନ ରେଡ୍ଡୀ, ବାମନ ଆଚାରୀ, ଡମ୍ବରୁ ରଣା, ସୁଦର୍ଶନ ମଲାଣ, ଉମାକାନ୍ତ ସାସମଲ,କାଳିଆ ସେଠୀ,ଅଜିତ କର,ଦୁର୍ଗାଶଙ୍କର ସାହୁ, ରାଧାମୋହନ,ତ୍ରିପତି ପ୍ରଧାନ,ବାବୁ ରାଓ, କିଶୋର, ଗୋପାଳପୁର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଗାଁ ମୁଖିଆ ବି ଦାନେୟାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ରହିଥିଲେ।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories