www.samajalive.in
Sunday, December 14, 2025
14.1 C
Bhubaneswar

ବକ୍ସିଂ: କ୍ୱାର୍ଟରରେ ବିକାଶ, ଅମିତ ଓ ଧୀରଜ

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ବକ୍ସିଂ ବିଭାଗରେ ସୋମବାର ଭାରତୀୟ ବକ୍ସର ଭଲ ପ୍ରଦର୍ଶନ କରିଛନ୍ତି। ଭାରତୀୟ ବକ୍ସର ବିକାଶ କୃଷ୍ଣନ୍‍ ଓ ଅମିତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
୭୫ କେଜି ବିଭାଗ ପ୍ରିକ୍ୱାର୍ଟରରେ ବିକାଶ ପାକିସ୍ତାନର ତନବୀର ଅହମ୍ମଦଙ୍କୁ ଏକତରଫା ମ୍ୟାଚ୍‍ରେ ୫-୦ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ୨୦୧୦ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ୨୦୧୪ରେ ବ୍ରୋଞ୍ଜ୍‍ ପଦକ ଜିତିଥିବା ବିକାଶ ସୋମବାର ଚମତ୍କାର ପ୍ରଦର୍ଶନ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିକାଶଙ୍କ ଆଖିରେ ଆଘାତ ଲାଗିଥିଲେ ମଧ୍ୟ ସେ ସହଜ ବିଜୟ ହାସଲ କରି କ୍ୱାର୍ଟରକୁ ପ୍ରବେଶ କରିଥିଲେ। ବୁଧବାର କ୍ୱାର୍ଟରଫାଇନାଲରେ ବିକାଶଙ୍କ ମୁକାବିଲା ଚୀନ୍‍ର ଟୋଓହେତା ଏରବିକେ ଲାଙ୍ଗଲାଥିଆନ୍‍ଙ୍କ ସହ ହେବ। ୪୯ କେଜି ପ୍ରିକ୍ୱାର୍ଟରରେ ଭାରତର ଅମିତ ମଙ୍ଗୋଲିଆ ଖାର୍କ ଏନ୍‍ଖାମଙ୍କୁ ୫-୦ ନିଷ୍ପତ୍ତିରେ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨ୟ ଓ ୩ୟ ରାଉଣ୍ଡରେ ଅମିତ ଲଢ଼ୁଆ ପ୍ରଦର୍ଶନ କରିଥିଲେ। କ୍ୱାର୍ଟରରେ ଅମିତଙ୍କ ମୁକାବିଲା ଉତ୍ତର କୋରିଆର କିମ୍‍ ଜାଙ୍ଗ୍‍ ରାୟଙ୍ଗଙ୍କ ସହ ହେବ। ଅନ୍ୟ ଏକ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚ୍‍ରେ ରାୟଙ୍ଗ ଇରାନ୍‍ର ଓମିଦ ଓହମାଦିସାଫାଙ୍କୁ ପରାସ୍ତ କରିଥିଲେ। ୬୪ କେଜି ବିଭାଗ ପ୍ରିକ୍ୱାର୍ଟରରେ ଭାରତର ଧୀରଜ୍‍ କିରଗିଜସ୍ତାନର ମୁଲାନ୍‍ କୁବାସେଭ୍‍ଙ୍କୁ ୩-୦ ପଏଣ୍ଟରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ୫୬ କେଜି ବିଭାଗ ପ୍ରିକ୍ୱାର୍ଟରରେ ଭାରତର ମହମ୍ମଦ ହୁସାମୁଦ୍ଦିନ୍‍ ମଙ୍ଗୋଲିଆ ଏନାକ୍‍ ଅମର ଖାରପୁଙ୍କଠାରୁ ୨-୩ ନିଷ୍ପତ୍ତିରେ ପରାସ୍ତହୋଇ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories