www.samajalive.in
Sunday, December 7, 2025
26.1 C
Bhubaneswar

ହଜାର ହଜାର ଲୋକଙ୍କୁ ଜିଅନ୍ତା ଖାଇଥିଲା ସାର୍କ ; ୭୬ ବର୍ଷ ତଳର ଲୋମଟାଙ୍କୁରା ଘଟଣା 

ପ୍ରଶାନ୍ତମହାସାଗରର ନୀଳ ପାଣି ସେହି ସମୟରେ ଲାଲ ରଙ୍ଗରେ ପରିଣତ ହୋଇଗଲା ଯେଉଁ ସମୟରେ ସାର୍କ ହଜାର ହଜାର ଲୋକଙ୍କୁ ନିଜର ଶିକାର କରିଥିଲା। ଟାଇଗର ସାର୍କ ଓ ସମୁଦ ଧଳା ସାର୍କର ଏହି ଶିକାର ଏପର୍ଯ୍ୟନ୍ତର ସବୁଠାରୁ ଭୟାବହ ଓ ବଡ ଘଟଣା। ଯେଉଁଥିରେ ଏକକାଳୀନ ହଜାର ହଜାର ଲୋକଙ୍କୁ ସାର୍କ ଜିଅନ୍ତା ଶିକାର କରିଥିଲା। ସାର୍କର ଶିକାରରୁ ଜଣେ ବ୍ୟକ୍ତି (ସର୍ଜେଣ୍ଟ ଏଡଗର ହାରେଲ ) ଓ ଅନ୍ୟ କିଛି ବ୍ୟକ୍ତି ନିଜ ଜୀବନ ରକ୍ଷା କରିପାରିଥିଲେ।

ଏହି ଘଟଣା ଘଟିଥିଲା ୧୯୪୫ରେ ୟୁଏସଏସ ଇଣ୍ଡିଆନାପଲିସ୍‍ (ଜାହାଜରେ) । ଜୁଲାଇ ମାସରେ ପ୍ରଶାନ୍ତମହାସାଗରରେ । ଜାହାଜରେ ପରମାଣୁ ବୋମା ପାଇଁ ଜିନିଷ ନେଇଯାଉଥିବା ସମୟରେ ୩୦ ଜୁଲାଇରେ ତାହା ଉପରେ ଜାପାନୀ ଟର୍ପେଡ଼ୋର ଆକ୍ରମଣ କରିଥିଲା।

- Advertisement -

ଟର୍ପେଡୋ ଆକ୍ରମଣ ପରେ ଏହି ଜାହାଜ ୨ ଖଣ୍ଡ ହୋଇଗଲା। କିଛି ସମୟ ମଧ୍ୟରେ ଏହା ସମୁଦ୍ର ଭିତରକୁ ବୁଡି ଯାଇଥିଲା। ଜାହାରେ ପ୍ରାୟ ୧,୧୯୫ ଲୋକେ ଥିଲେ।  ହଜାର ହଜାର ଲୋକେ ସମୁଦ୍ରରେ ବୁଡି ଯାଉଥିବା ସମୟରେ ସାର୍କ ସେମାନଙ୍କୁ ଆକ୍ରମଣ କରିଥିଲା ବୋଲି ଏହି ଘଟଣାକୁ ମନେ ପକାଇ ସର୍ଜେଣ୍ଟ ଏଡଗର ହାରେଲ କହିଛନ୍ତି।

ତାଙ୍କ କହିବାନୁଯାୟୀ, ସମୁଦ୍ର ପାଣିରେ ୪ ଦିନ ଯାଏଁ ବଞ୍ଚିଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ସାର୍କ ଆକ୍ରମଣ କରିଥିଲା। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସେ ଏହି ସୂଚନା ଦେବା ସହ କହିଥିଲେ ବଞ୍ଚିଥିବା ବ୍ୟକ୍ତିଙ୍କୁ ସାର୍କ ଖାଉଥିବାର ଶବ୍ଦ ମଧ୍ୟ ଶୁଣାଯାଉଥିଲା। ଏହି ସାର୍କ ଆକ୍ରମଣ କରିବା ସମୟରେ ହାରେଲଙ୍କୁ ୨୦ ବର୍ଷ ବୟସ ହୋଇଥିଲା। ଚଳିତ ବର୍ଷ ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏହି ସାର୍କ ଆକ୍ରମଣ ଆଜି ପର୍ଯ୍ୟନ୍ତର ସବୁଠାରୁ ଭୟଙ୍କର ଓ ଲୋମଟାଙ୍କୁରା ଘଟଣା ଭାବେ ଜଣା।

ହାରେଲଙ୍କ କହିବାନୁଯାୟୀ, ଆମ ଜାହାଜରେ ଯେଉଁ ସମୟରେ ଜାପାନୀ ଟର୍ପେଡୋର ଆକ୍ରମଣ ହୋଇଥିଲା, ଜାହାଜ ଖଣ୍ଡ ବିଖଣ୍ଡ ହୋଇ ବୁଡିବାକୁ ଲାଗିଥିଲା। ହାରେଲ ସେହି ସମୟରେ ଜାହାଜରେ ରେଲିଙ୍ଗରେ ଝୁଲି ରହିଥିଲେ। ବଞ୍ଚିବାର କୌଣସି ରାସ୍ତା ନଜରକୁ ଆସୁନଥିଲା। ସମୁଦ୍ରରେ ଅନ୍ୟ ଏକ ଗୋଷ୍ଠୀ ନିକଟକୁ ଯାଇଥିଲେ। ଅନ୍ୟମାନେ ପାଣିକୁ ଡ଼େଇଁ ଜୀବନ ବଞ୍ଚାଇବା ସମୟରେ ସାର୍କ ଆକ୍ରମଣ କରିଥିଲା।

ଏହାପରେ ଲୋକଙ୍କ ରକ୍ତ ପାଣିରେ ମିଶିବା ପରେ ସାର୍କ ଅତ୍ୟଧିକ ବେଗରେ ଲୋକଙ୍କୁ ଆକ୍ରମଣ କରିଥିଲା। ସେଦିନର ସେହି ଲୋମଟାଙ୍କୁରା ଦୃଶ୍ୟ ଖୁବ ଭୟଙ୍କର ବୋଲି ହାରେଲ କହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories