www.samajalive.in
Thursday, December 11, 2025
15.1 C
Bhubaneswar

ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ କ୍ରୀଡ଼ା ମନ୍ତ୍ରୀଙ୍କୁ ସମ୍ମର୍ଦ୍ଧନା

ନବରଙ୍ଗପୁର: ଜିଲ୍ଲା କ୍ରୀଡ଼ା ସଂଘ ଓ କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଜିଲ୍ଳା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ମର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇ ନବରଙ୍ଗପୁର ଜିଲ୍ଳା କ୍ରୀଡ଼ାର ଭିତ୍ତିଭୂମିର ଯଥାସମ୍ଭବ ଉନ୍ନତି ନିମନ୍ତେ ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେହିପରି ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଲୋକସଭା ସଦସ୍ୟ ରମେଶ ମାଝୀ ଯୋଗ ଦେଇ ଉମରକୋଟ ଅଂଚଳରେ ଫୁଟବଲ ପାଇଁ ଯଥେଷ୍ଟ ସମ୍ଭାବନା ଅଛି ବୋଲି କହିଥିଲେ, ସେହିପରି ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଙ୍ଘର ସଭାପତି ଡକ୍ଟର ଅଜିତ କୁମାର ମିଶ୍ର ନିଜ ବକ୍ତବ୍ୟ ଦେବା ଅବସରରେ ଷ୍ଟାଡିୟମରେ ଥିବା ବାସ୍କେଟବଲ ପଡ଼ିଆର ଉନ୍ନତି ନିମନ୍ତେ ଦେଢ଼ ଲକ୍ଷ ଟଙ୍କା ଦେବା ନିମନ୍ତେ ଲୋକସଭା ସଦସ୍ୟ ରମେଶ ମାଝୀଙ୍କୁ ଅନୁରୋଧ କରିଥିଲେ ଏଥିରେ ଶ୍ରୀ ମାଝୀ ନିଜସ୍ୱ ପାଣ୍ଠିରୁ ଟଙ୍କା ଦେବା ପାଇଁ ସମ୍ମତି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଓକିଲ ସଂଘର ସଭାପତି ଆଶିଷ ରଞ୍ଜନ ପଟ୍ଟନାୟକ ପ୍ରମୁଖ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ସଙ୍ଘର ଉପସଭାପତି ଏମ. ବାଲାକୃଷ୍ନା ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କେ. ଟି. ଜିଲ୍ଲାନି, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା ସମେତ ଅନ୍ୟ ସମସ୍ତ ସଭ୍ୟ, ବିଭିନ୍ନ ବର୍ଗର ଖେଳାଳି ଏବଂ ଜିଲ୍ଲାର ପୂର୍ବତନ କ୍ରିଡ଼ାବିତ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories