www.samajalive.in
Wednesday, December 10, 2025
14.1 C
Bhubaneswar

ଅଦାଲତ ଆଶ୍ଚର୍ଯ୍ୟ, ୨୦୧୫ରୁ ଆଇନ ଉଚ୍ଛେଦ କିନ୍ତୁ ବନ୍ଦ ହେଉନି ମାମଲା ରୁଜୁ

ମାମଲା ରୁଜୁ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ଆଇଟି) ଆଇନ ଧାରା ୬୬(କ)ରେ ମାମଲା ରୁଜୁ ବନ୍ଦ କରିବାକୁ କେନ୍ଦ୍ର ସରକାର ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ଆଇନ ଅନୁଯାୟୀ ରୁଜୁ ହୋଇଥିବା ସମସ୍ତ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର କହିଛନ୍ତି। ସୂଚନା ପ୍ରଯୁକ୍ତି ଆଇନର ଉକ୍ତ ଧାରାକୁ ୬ବର୍ଷ ତଳୁ ସର୍ବୋଚ୍ଚ ନ୍ୟାୟାଳୟ ଉଚ୍ଛେଦ କରିସାରିଥିବା ବେଳେ ଏହି ଧାରାରେ ଏବେ ବି ଅନେକ ମାମଲା ରୁଜୁ ହେବା ଓ ନିମ୍ନ ଅଦାଲତରେ ଏହିସବୁ ମାମଲାର ଶୁଣାଣି ହେବାକୁ ନେଇ ନିକଟରେ ସର୍ବୋଚ୍ଚ ଅଦାଲତ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।

- Advertisement -

ସୂଚନା ପ୍ରଯୁକ୍ତି ଆଇନ ୨୦୦୦ର ଧାରା ୬୬ (କ) ଅନୁଯାୟୀ କୌଣସି ବ୍ୟକ୍ତି ଯଦି ଇଲେକ୍‌ଟ୍ରୋନିକ୍ ମାଧ୍ୟମରେ ସୂଚନା ପ୍ରେରଣ କରେ ତାହା ଅପରାଧ ବିବେଚନା କରାଯିବ। ତେବେ ୨୦୧୫ ମାର୍ଚ୍ଚ ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଧାରାକୁ ଅବୈଧ ଘୋଷଣା ପୂର୍ବକ ଉଚ୍ଛେଦ କରିଥିଲେ। ତେଣୁ ଏହି ଧାରାରେ ଏଣିକି ଆଉ କୌଣସି ମାମଲା ରୁଜୁ ନ କରିବା ଲାଗି ସମସ୍ତ ଥାନା ଓ ଆଇନ ରକ୍ଷାକାରୀ ଏଜେନ୍ସିକୁ ଆବଶ୍ୟକ ନିର୍ଦେଶ ଦେବାକୁ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories