www.samajalive.in
Saturday, December 6, 2025
26.1 C
Bhubaneswar

ଅଲିମ୍ପିକ୍‌ସରେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଗୀତ ଉନ୍ମୋଚିତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସରେ ଭାରତରୁ ୧୮ଟି କ୍ରୀଡ଼ାରେ ମୋଟ ୧୧୯ ଜଣ କ୍ରୀଡ଼ାବିତ୍‌ ଭାଗନେବାକୁ ଯାଉଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଗୀତକୁ ଉନ୍ମୋଚନ କରିଛନ୍ତି। ଏହାସହ ଏହି ଗୀତ ଶୁଣି ଟୋକିଓ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ଖୋଲା ହୃଦୟରେ ସମର୍ଥନ ଓ ଉତ୍ସାହ ଦେବା ପାଇଁ ଠାକୁର ଆହ୍ବାନ ଜଣାଇଛନ୍ତି। ଗ୍ରାମୀ ପୁରସ୍କାର ବିଜେତା ଏ.ଆର୍. ରେହ୍‌ମାନ ଏହି ଗୀତର ସ୍ବର ସଂଯୋଜନା କରିଥିବା ବେଳେ ରେହ୍‌ମାନ ଓ ଅନନ୍ୟା ବିର୍ଲା ଏଥିରେ କଣ୍ଠଦାନ କରିଛନ୍ତି।

https://youtu.be/J18sBp2ps5k

- Advertisement -

ଏହି ଗୀତର ଶୀର୍ଷକ ରଖାଯାଇଛି ‘ଚିଅର୍ ଫର୍ ଇଣ୍ଡିଆ: ହିନ୍ଦୁସ୍ତାନୀ ୱେ’। ଏହି ଗୀତ ଜରିଆରେ ଭାରତବାସୀ ବାର୍ତ୍ତା ଦେବେ ଯେ ସେମାନେ ଆମ କ୍ରୀଡ଼ାବିତ୍‌ଙ୍କ ପଛରେ ରହିଛନ୍ତି। ଏପରି କଷ୍ଟକର ସମୟରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଲାଗି ଗୀତ ପ୍ରସ୍ତୁତ କରିଥିବାରୁ ଏ.ଆର୍. ରେହ୍‌ମାନ ଓ ଅନନ୍ୟା ବିର୍ଲାଙ୍କୁ ମନ୍ତ୍ରୀ ଠାକୁର ଧନ୍ୟବାଦ ଜଣାଇଛନ୍ତି। ଏହି ଉତ୍ସବରେ ମନ୍ତ୍ରୀ ଠାକୁରଙ୍କ ସହ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ, କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ମହାନିର୍ଦେଶକ ସନ୍ଦୀପ ପ୍ରଧାନ, ଭାରତୀୟ ଅଲିମ୍ପିକ୍‌ ସଂଘର ସଭାପତି ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories