www.samajalive.in
Monday, December 8, 2025
14.1 C
Bhubaneswar

ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ୍ ଶୋଭାଯାତ୍ରା

ଭୁବନେଶ୍ୱର : କରୋନା ମହାମାରୀ ମୁକାବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ କ୍ରମାଗତ ଭାବେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଟିକସ୍ ଲଦି ସାଧାରଣ ଲୋକଙ୍କୁ ଲୁଟ୍ କରିବା ନୀତି ପ୍ରରିହାର କରନ୍ତୁ ବୋଲି ଦାବି କରି ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି। ବୁଧବାର ଏହି ଆନ୍ଦୋଳନର ଅଂଶବିଶେଷ ସ୍ୱରୂପ ରାଜଧାନୀ ଭୁବନେଶ୍ୱରରେ ପ୍ରଦେଶ କଂଗ୍ରେସ୍ କମିଟି ପକ୍ଷରୁ ଏକ ସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଏବଂ ଆଗକୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଆନ୍ଦୋଳନ ଜାରି ରହିବ ବୋଲି ସାଇକେଲ୍ ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ବ୍ୟାରେଲ୍ ପିଛା କମୁଥିବା ବେଳେ ଭାରତରେ ପେଟ୍ରୋଲ୍‌, ଡିଜେଲ୍ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ମୋଦୀ ସରକାରର ଆଚ୍ଛେଦିନର ନଗ୍ନ ନମୂନା ବୋଲି ସେ କହିଥିଲେ। କେବଳ ସେତିକି ନୁହେଁ, ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦରବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ମହିଳାମାନଙ୍କ ଆଖିରୁ ଲୁହ ବୋହୁଛି ଏବଂ ଏହି ଲୁହ ସରକାରଙ୍କ ଉପରେ ପଡ଼ିବ। ସେହିପରି ଖାଇବା ତେଲର ଦର ମଧ୍ୟ ଲଗାମଛଡ଼ା ବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପାଉଥିବାରୁ ଏହା ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ। କରୋନା ମହାମାରୀ କାରଣରୁ ଅର୍ଥନୀତି ଭୁଷୁଡି ପଡ଼ିଥିବା ବେଳେ ମୋଦୀ ସରକାର ନିଜର ଅହମିକା ଓ ଅହଂକାର ବଳରେ ସାଧାରଣ ଖାଉଟିଙ୍କ ଉପରେ ଟିକସ ପଇସା ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

- Advertisement -

ଆସନ୍ତାକାଲି ୧୫ ତାରିଖ (ଗୁରୁବାର) ପ୍ରମୁଖ ଚାରୋଟି ବାମଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିବା ସହ ଏହି ଗୋଟିଏ ଦିନ ପାଇଁ ପେଟ୍ରୋଲ୍‌, ଡିଜେଲ୍ ଓ ରନ୍ଧନଗ୍ୟାସ ନ କିଣିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେହିପରି ଆଗାମୀ ୧୭ ତାରିଖ ଦିନ ସମସ୍ତ ପେଟ୍ରୋଲ୍ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଦସ୍ତଖତ ଅଭିଯାନରେ ସାମିଲ୍ ହୋଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଖାଉଟିମାନେ ନିଜର ମୂଲ୍ୟବାନ ମତାମତ ଦେବା ସହ ଦସ୍ତଖତ ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ସାଇକେଲ୍ ଶୋଭାଯାତ୍ରାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କ ନେତୃତ୍ୱରେ ୫୦୦ରୁ ଊର୍ଦ୍ଧ୍ୱ ସାଇକେଲ୍ ଟ୍ରଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକ, ଶ୍ରୀୟା ଟକିଜ୍ ଛକ, ରାମମନ୍ଦିର ଛକ ଦେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ପ୍ଲା କାର୍ଡ ଓ ଦଳୀୟ ପତାକା ସହ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ବିଶେଷକରି ପିସିସି ପକ୍ଷରୁ ଗ୍ୟାସ ୮୭୦ ଟଙ୍କାରୁ ଅଧିକ ଓ ପେଟ୍ରୋଲ୍ ଡିଜେଲ୍ ୧୦୦ ଟଙ୍କା ପାର୍ (ନଟ୍‌ଆଉଟ୍‌) ଗଞ୍ଜି ପିନ୍ଧିବା ଘଟଣା ଲୋକମାନଙ୍କୁ ଆକର୍ଷିତ କରୁଥିଲା । କଂଗ୍ରେସ ଉପରେ ଆରୋପ ପ୍ରତ୍ୟାରୋପ କରୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ଚିତ୍ର, ଚରିତ୍ର, ଚେହେରା ଓ ଚାଲ୍‌କୁ ଜନସାଧାରଣ ବୁଝିଗଲେଣି ଏବଂ ସେମାନଙ୍କର ଅଘୋଷିତ ଭିତିରି ମେଣ୍ଟର ପର୍ଦ୍ଦାଫାସ୍ ହୋଇଛି। ୟୁପିଏ ସରକାର ସମୟରେ ଯେତେବେଳେ କି ତୈଳଦର ବ୍ୟାରେଲ୍ ପିଛା ଅତ୍ୟଧିକ ଥିଲା ସେତେବେଳେ କିଛି ପଇସା ଲିଟର ପିଛା ବଢୁଥିବା ବେଳେ ଉଭୟ ମୋଦୀ ଓ ନବୀନ ସରକାର ରାସ୍ତା ଉପରକୁ ଆସି ନାରାବାଜି କରୁଥିଲେ। ଜୀବନରେ ଶୁଣି ନଥିବା ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଏବଂ ରନ୍ଧନ ଗ୍ୟାସ ପାଖାପାଖି ୯୦୦ଟଙ୍କା ଛୁଇଁବାକୁ ବସିଥିବା ବେଳେ ଉଭୟ ବିଜେଡି ଓ ବିଜେପି ସରକାର ଚୁପ୍ କାହିଁକି ବୋଲି ଯୋଗଦେଇଥିବା କଂଗ୍ରେସ ନେତୃବୃନ୍ଦମାନେ ପ୍ରଶ୍ନକରି ବି​ଷୋଦଗାର​‌ କରିଥିଲେ ।
ଏହି ସାଇକେଲ୍ ଶୋଭାଯାତ୍ରାରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,ଏଆଇସିସି ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜି. ରୁଦ୍ର ରାଜୁ, ଅନ୍ୟତମ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା, ପୁର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ କୁମାରୀ ଅନୁଲେଖା ବୁଷା, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ଆଦିତ୍ୟ ଚୌଧୁରୀ, ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିଶ୍ୱଭୂଷଣ ଦାସ, ପଦ୍ମାକର ଗୁରୁ, ମମତା କୁଣ୍ଡୁ, ମଧୁସ୍ମିତା ସେଠୀ, ପ୍ରତିମା ମଲ୍ଲିକ, ଜ୍ଞାନଦେବ ବେଉରା, ରଜନୀ ମହାନ୍ତି, ଅମୀୟ ପାଣ୍ଡବ, ମନୋଜ ମହାପାତ୍ର, ବିସ୍ମୟ ମହାପାତ୍ର, ଦୀପକ ମହାପାତ୍ରଙ୍କ ସମେତ ବହୁ ମହିଳା, ଛାତ୍ର, ଯୁବ କଂଗ୍ରେସ ଏବଂ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ କାର୍ଯକ୍ରମକୁ ସଫଳ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories