www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ବା ଦେୟ ମୁକ୍ତ ବିଦ୍ୟୁତ ସଂଯୋଗ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ।

କଂଗ୍ରେସର ଅଭିଯୋଗ ଅନୁଯାୟୀ, ସାଉଥକୋ ଦ୍ୱାରା ଏହି ଯୋଜନାରେ ବାଟ ମାରଣା ହୋଇଛି । ଏହାସହ ନବରଙ୍ଗପୁର ସହରରେ ଏହି ଯୋଜନାରେ ୨୬୫୭ଜଣ ହିତାଧିକାରୀଙ୍କୁ ଲାଇନ ଯୋଗାଇ ଦିଆଯାଇଥିବା ବେଳେ ଏଥିରେ ବହୁ ଧନୀ ଶ୍ରେଣୀର ଲୋକଙ୍କୁ ସାମିଲ କରିବା, ଗୋଟିଏ ଲୋକ ନାମରେ ଅନେକ ଲାଇନ ସଂଯୋଗ କରିବା ତଥା କେତେକ ଘରେ ମିଟର ନ ଲଗାଇବା ଏବଂ ବିଲ ନ ଆସିବା, ଟ୍ରାନ୍ସଫର୍ମର ଲଗାଇବାରେ ଅନିମିୟତା ଭଳି ସଂଗୀନ ଅଭିଯୋଗ ଆଣିଛି । ଲୋକଙ୍କଠୁ ମୋଟା ରକମର ଟଙ୍କା କାରବାର କରି ବିଭାଗ ତରଫରୁ ହରିଲୁଟ କରାଯାଇଛି ବୋଲି ଆଜି ପ୍ରେସ ବିବୃତିରେ ନବରଙ୍ଗପୁର ନଗର କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରିବା ସହ ଦୁର୍ନୀତି ନିବାରଣ ବିଭାଗକୁ ଏହି ସମ୍ବନ୍ଧରେ ସୂଚନା ଦିଆଯାଇଥିବା କହିଛନ୍ତି । ଏହି ସମିଳନୀରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଲାଲୁ ତ୍ରିପାଠୀ, ସରୋଜ ମିଟୁ ପାତ୍ର ଏବଂ କଂଗ୍ରେସ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories