www.samajalive.in
Sunday, December 7, 2025
14.1 C
Bhubaneswar

ଜମ୍ମୁ ସୀମାରେ ଡ୍ରୋନ ଠାବ; ସୀମା ସୁରକ୍ଷା ବାହିନୀର ଗୁଳିଚାଳନା ପରେ ପାକିସ୍ତାନ ପଟକୁ ଫେରିଗଲା

ଶ୍ରୀନଗର: ମଙ୍ଗଳବାର ରାତିରେ ଜମ୍ମୁକୁ ଲାଗିଥିବା ଆନ୍ତର୍ଜାତିକ ସୀମା ନିକଟରେ ଏକ ଡ୍ରୋନ ଠାବ କରାଯାଇଛି। ଭାରତର ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନମାନେ ପାକିସ୍ତାନର ଏହି ଗୁଇନ୍ଦା ଡ୍ରୋନ ଉପରକୁ ଗୁଳି ଚଳାଇବା ପରେ ତାହା ପାକିସ୍ତାନ ପଟକୁ ଫେରି ଯାଇଥିଲା। ଡ୍ରୋନଟି ରାତି ପ୍ରାୟ ୧୦ଟାରେ ଜମ୍ମୁର ଆରନିଆ ସେକ୍ଟରରେ କିଛି ଅଞ୍ଚଳ ଉପରେ ଉଡାଣ କରୁଥିବାବେଳେ ସଜାଗ ଥିବା ବିଏସଏଫ ଯବାନମାନେ ତାହାକୁ ଠାବ କରିଥିଲେ। ଏହା ଆନ୍ତର୍ଜାତିକ ସୀମା ଉଲ୍ଲଂଘନ କରିବା ଉଦ୍ୟମ କରୁଥିବାବେଳେ ବିଏସଏଫ ଯବାନମାନେ ଏହା ଉପରକୁ ପାଞ୍ଚରୁ ଛଅ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ଡ୍ରୋନ ପାକିସ୍ତାନ ମଧ୍ୟକୁ ପଳାଇ ଯାଇଥିଲା।
ବିଏସଏଫ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଯବାନମାନେ ଆରନିଆ ସେକ୍ଟରରେ ଆକାଶ ମାର୍ଗରେ ଏକ ଲାଲ ଆଲୋକ ଦପଦପ କରୁଥିବା ଦେଖିବାକୁ ପାଇଥିଲେ। ଏହା ପାକିସ୍ତାନ ସୀମାରେ ପ୍ରାୟ ୨୦୦ ମିଟର ଉଚ୍ଚରେ ଉଡାଣ କରୁଥିଲା। ସଜାଗ ଥିବା ଭାରତୀୟ ଯବାନ ସେମାନଙ୍କ ନିଜ ଘାଟିରେ ଥାଇ ଲାଲ ଆଲୋକକୁ ଲକ୍ଷ୍ୟକରି ଗୁଳି ଚଳାଇବା ପରେ ଡ୍ରୋନ ପାକିସ୍ତାନ ଭିତରକୁ ଚାଲିଯାଇଥିଲା। ଏହାପରେ ବିଏସଏଫ ପକ୍ଷରୁ ଉକ୍ତ ଅଞ୍ଚଳର ଖାନତଲାସି କରାଯାଇଥିଲେ ମଧ୍ୟ କିଛି ସନ୍ଦେହଜନକ ବସ୍ତୁ ମିଳିନଥିଲା। ସୂଚନାଯୋଗ୍ୟ ଯେ ଜମ୍ମୁସ୍ଥିତ ଭାରତର ବାୟୁସେନା ଘାଟି ଉପରେ ଡ୍ରୋନ ସହାୟତାରେ ଆକ୍ରମଣ କରାଯିବା ପରଠାରୁ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି। ସରକାରୀ ପ୍ରବକ୍ତା କହିଛନ୍ତି ଯେ ଡ୍ରୋନ ସହାୟତାରେ ଆତଙ୍କବାଦୀ ଆକ୍ରମଣ ଦେଶର ନିରାପତ୍ତା ପ୍ରତି ନୂଆ ବିପଦ ସୃଷ୍ଟି କରିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories