www.samajalive.in
Friday, December 12, 2025
16.1 C
Bhubaneswar

କଟକଣା ମଧ୍ୟରେ ଚୌଦ୍ୱାରରେ ଘୋଷଯାତ୍ରା

ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ କରୋନା କଟକଣା ଭିତରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଚାରବାଟିଆ ହାଉସିଂବୋର୍ଡ଼ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୁରତୀଙ୍କ ନାନା ନୀତିକାନ୍ତି ପୂଜା ପରେ ସନ୍ତୋଷ କୁମାର ଧର ଛେରା ପଡଁରା କରିଥିଲେ। ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ଶୁଭେନ୍ଦୁ ସାମଲଙ୍କ ପରିଚାଳନାରେ ଟ୍ରଷ୍ଟର ସଦସ୍ୟ ବୃନ୍ଦ ଓ ନରହରି ପଣ୍ଡା, ବ୍ରହ୍ମାନନ୍ଦ ଦୀକ୍ଷିତ, ସଦସ୍ୟ ମୀନକେତନ ପଣ୍ଡା ପ୍ରମୁଖ ପୂଜକ ମାନେ ସାମାଜିକ ଦୂରତା ରକ୍ଷାକରି ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରି ନେଇ ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ମାଉସୀ ମା’ ମନ୍ଦିିରରେ ସ୍ଥାପନା କରିଥିଲେ। ମାଉସୀ ମା’ ମନ୍ଦିରରେ ନବଦିନ ବ୍ୟାପୀ ଦିଅଁ ମାନଙ୍କ ପୂଜାର୍ଚ୍ଚନା ହେବା ସହିତ ସୁନାବେଶ, ଅଧରପଣା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୋଲି ଟ୍ରଷ୍ଟ ବୋର୍ଡ଼ ସୁତ୍ରରୁ ପ୍ରକାଶ।

ଚୌଦ୍ୱାର ମଙ୍ଗଳାସାହିସ୍ଥିତ ଜଗନ୍ନାଥ ମନ୍ଦିର,ଓଟିଏମ୍‍ କଲୋନୀସ୍ଥିତ ଜଗନ୍ନାଥ ମନ୍ଦିର ଆଦିରେ ଅନୁରୂପ ଭାବେ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories