www.samajalive.in
Thursday, December 11, 2025
16.1 C
Bhubaneswar

ବଡମେଡିକାଲରେ ଡାକ୍ତରଙ୍କୁ ଠେଲାପେଲା, ଅଭିଯୁକ୍ତ ରୋଗୀ ସମ୍ପର୍କୀୟ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ବଡ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ କନିଷ୍ଠ ଡାକ୍ତରଙ୍କୁ ଠେଲାପେଲା ଓ ଦୁର୍ବବ୍ୟବହାର ନେଇ ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ଅଭିଯୁକ୍ତ ତଥା ରୋଗୀ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ମାମଲାର ତଦନ୍ତ କରୁଛି। ମିଳିଥିବା ସୂଚନାପ୍ରକାରେ ପିଏମଆର କୋଠା ୫ମ ୟୁନିଟରେ ଉଦୟଗିରିର ଗୋବିନ୍ଦ ସାହୁଙ୍କ ଶାଶୁ ଚିକିତ୍ସିତ ହେଉଥିବାରୁ ସେ ଅଜି ଅପରାହ୍ନରେ ଦେଖିବାକୁ ଯାଇଥିଲେ। ତେବେ ଶଶୁଙ୍କୁ ଦେଖିବା ବେଳେ ଗୋବିନ୍ଦ ବଡ ଡାକ୍ତରଖାନାର ଚିକିତ୍ସା ଓ ସେଠାକାର ଡାକ୍ତରଙ୍କ ବିରୋଧରେ ବିଭିନ୍ନ ମନ୍ଦ ଟିପ୍ପଣୀ ଦେଇଥିଲେ। ଯାହାକୁ ନେଇ ସେଠାରେ କାର୍ଯ୍ୟରତ ହାଉସ ସର୍ଜନ ଡା. ଆଶିଷ ଅଂଶୁମାନ ପଣ୍ଡା ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଗୋବିନ୍ଦ ନିଜ ହେଲମେଟ ସାହାର୍ଯ୍ୟରେ ଡା. ପଣ୍ଡାଙ୍କୁ ଠେଲି ଦେଇଥିଲେ। ଏଥିରେ ପଣ୍ଡାଙ୍କୁ ଆଘାତ ଲାଗିବା ସହ ନିକଟରେ ତାଙ୍କ ମେରୁଡଣ୍ଡ ଚିକିତ୍ସା କରାଯାଇଥିବାରୁ ସେ କଷ୍ଟ ଅନୁଭବ କରିଥିଲେ।

ତେବେ ଗୋବିନ୍ଦ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଥିବା ନେଇ ଡା. ପଣ୍ଡା ବଡ ଡାକ୍ତରଖାନା ଫାଣ୍ଡିରେ ଅଭିଯୋଗ କରିଥିଲେ। ବହୁ କନିଷ୍ଠ ଡାକ୍ତର ଫାଣ୍ଡିରେ ଜମା ହୋଇ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ବୁଝାସୁଝା କରିଥିଲେ। ପୁଲିସ ଗୋବିନ୍ଦଙ୍କୁ ଧରି ଥାନାରେ ଅଟକ ରଖିଛି। ଘଟଣା ସମ୍ପର୍କରେ ତାଙ୍କୁ ଅଧିକ ପଚରାଛରା ଜାରି ରହିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories