www.samajalive.in
Tuesday, December 9, 2025
15.1 C
Bhubaneswar

ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀବେଶ

ପିପିଲି : ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପିପିଲିର ତେଇସିପୁର ନିକଟବର୍ତ୍ତୀ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କରୋନା କଟକଣା ଯୋଗୁଁ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସମସ୍ତ ନୀତିକାନ୍ତି ନିରାଡମ୍ବର ଭାବେ ପାଳନ କରାଯାଇଛି। ପ୍ରତ୍ୟୁଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦୈନଦିନ ନୀତି ସଂପନ୍ନ କରାଯାଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ମନ୍ଦିର ବେଢ଼ାରେ ପ୍ରତିଷ୍ଠିତ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା। ଏହି ଅବସରରେ ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ ପୂର୍ବକ ସ୍ୱତନ୍ତ୍ର ତୁଳସୀବେଶ କରାଯାଇଥିଲା। ମୁଖ୍ୟପୂଜକ ଲକ୍ଷ୍ମୀଧର ପାଢୀ, ସହାୟକ ପୂଜକ ମାନସ ରାମ ମିଶ୍ରଙ୍କ ଦ୍ୱାରା ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଥିବା ବେଳେ ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ଡାକ୍ତର ନରେନ୍ଦ୍ର ନାଥ ସାହୁ, ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଲାବର୍ଣ୍ଣ୍ୟ ଶବର, ପ୍ରଶାନ୍ତ କୁମାର ରାଉତରାୟ, ଚିତ୍ତରଞ୍ଜନ ସେନାପତି, ସରୋଜ କୁମାର ସାହୁ, ଅନନ୍ତ ଚରଣ ସାହୁ, ସମାଜସେବୀ ଯତିନ୍ଦ୍ର କୁମାର ନାୟକ, କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories