www.samajalive.in
Friday, December 12, 2025
15.1 C
Bhubaneswar

“ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ”ପୁରାତନ ଭଜନ ମାଳା

ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଦିବଙ୍ଗତ ପ୍ରତିଷ୍ଠାତା ସଭାପତି  ଗୋପୀନାଥ ମହାନ୍ତିଙ୍କ ସ୍ମୁତିରେ “ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ” ପୁରାତନ ଭଜନ ମାଳା ଅନୁଷ୍ଠିତ ହୋଇଯାଇଛି। ଏହି ‘ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ’ ପୁରାତନ ଭଜନ ମାଳା ଗୁଗଲ ମୀଟ ଜରିଆରେ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ପୁରାତନ ଭଜନ ପରିବେଷଣ କରିଥିବା ପ୍ରସିଦ୍ଧ ଗାୟକ ଓ ଗାୟିକାମାନଙ୍କୁ ମନେପକାଇବା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଏହାର ମୁଖ୍ୟ ଉଦେଶ୍ୟ ରହିଥିଲା। ଆଜିର କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦେଶକପ୍ରଶାନ୍ତ ପାଢ଼ୀ, ଡ ହରପ୍ର ସନ୍ ଦାସ ସଭାପତି ପ୍ରଭାତ କୁମାର ନନ୍ଦଙ୍କ ତତ୍ୱାବଧନରେ କରାଯାଇଥିଲା, ମହାରାଷ୍ଟ୍ର ଓଡ଼ିଆ ଅନୁଷ୍ଠାନରୁ ଭଗବାନ ପଣ୍ଡା ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଆଗକୁ ଆହୁରି ବଢ଼ାଇବାକୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ, ଆଜିର କାର୍ଯ୍ୟକ୍ରମରେ ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ବାବାଜୀ ବିଶ୍ଵାଳ, ରାଧେଶ୍ୟାମ ଦନଶନ, ବି.କେ.ଦାନୀ, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ବଂଶୀଧର ନାୟକ, ତ୍ରିଲୋଚନ ନାୟକ, ସୁରେଶ ମିଶ୍ର, ଦାମୋଦର ସେନାପତି, ଆଶା ମୁକୁଲ ବାରିକ, ଅମରେନ୍ଦ୍ର ଜେନା, ସନ୍ଦୀପ ଆଚାର୍ଯ୍ୟ, ରାଜ କୁମାର ସୁତାର, ଦୁର୍ଗାଚରଣ ମିଶ୍ର, କିଶୋର ମହନ୍ତ, ମୃତ୍ୟୁଞ୍ଜୟପଣ୍ଡା, ବିନୋଦ ବିହାରି ବେହେରା, କାମେଶ୍ବର ରାଓ, ମନୋରଞ୍ଜନ ମହାନ୍ତି, ଗୌରାଙ୍ଗ ନାୟକ, ଶୁଭେନ୍ଦୁ ଦାସ, ଗୀତା ପଣ୍ଡା, ସଂଚିତା ମହାନ୍ତି ମଧୁସ୍ମିତା ବିଶ୍ଵାଳ, ବି ଏମ୍ ବୈଶାଳୀ, ପ୍ରତିମା ପଣ୍ଡା, ଅନାମିକା ସ୍ୱାଇଁ ପଟ୍ଟନାୟକ, ସୁମିତ୍ରା ତ୍ରିପାଠୀ, ମୀରା ପଣ୍ଡା, ସୌଦାମିନୀ ପଣ୍ଡା, ତନୁଶ୍ରି ଜେନା, ସ୍ୱର୍ଣଲତା ପାଣି, ଉଷା ମିଶ୍ର, ସରୋଜିନୀ ହାତୀ, ତେଜସ୍ଵନି ରଥ, ସରୋଜିନୀ ପରମ ଗୁରୁ, ଓ ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।

- Advertisement -

ପରିଷଦର ୧୫ଜଣ କଳାକାର ପୁରାତନ ଭଜନ ପରିବେଷଣ କରିଥିଲେ, ଭଜନ ପରିବେଷଣ ଅତି ସୁନ୍ଦର ହୋଇଥିଲା, ଡ ହରପ୍ରସନ ଦାସ, କାର୍ଯ୍ୟକ୍ରମକୁ ପ୍ରଶଂସା କରି କଳାକାରଙ୍କୁ ଉସ୍ତାହିତ କରିଥିଲେ, ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀ କଳାକାର ମାନଙ୍କ ପ୍ରଶଂସା କରିବା ସହ ଏକ ପୁରାତନ ଭଜନ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଧୀରେ ଧୀରେ ବଢ଼ାଇବାକୁ ଓ ସର୍ବଦା ପାରମ୍ପରିକ ଭଜନ ପରିବେଷଣ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିବା ପରିଷଦର ଲକ୍ଷ୍ୟ ଅଟେ ବୋଲି କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories