www.samajalive.in
Monday, December 8, 2025
16.1 C
Bhubaneswar

ନୂଆରୂପରେ ଝଲସିବ ବାବା ଆଖଣ୍ଡଳମଣିଙ୍କ ପୀଠ : ଖର୍ଚ୍ଚ ହେବ ୬କୋଟି ଟଙ୍କା

ଆରଡି :  ନୂଆରୂପରେଖ ନେବ ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳ ତଥା ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ବିଶେଷକରି ଆଗନ୍ତୁକ ପର୍ୟ୍ୟଟକଙ୍କ ଆକୃଷ୍ଟ ନିମନ୍ତେ ପୀଠକୁ ସରସ ସୁନ୍ଦର କରିବା ପାଇଁ ମନ୍ଦିର ବେଢାର ସୌନ୍ଦର୍ୟ୍ୟକରଣ ସହ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ଚଲାପଥ ନିର୍ମାଣ, ଶିବଗଙ୍ଗା ପୁଷ୍କରଣୀ କୂଳର ସୌନ୍ଦର୍ୟ୍ୟକରଣ, ଶ୍ରାବଣମାସରେ ଆସୁଥିବା ବୋଲବମ ଭକ୍ତଙ୍କର ଶୃଙ୍ଖଳିତ ଜଳାଭିଷେକ ନିମନ୍ତେ ନୂତନ ଶ୍ରାବଣୀମଣ୍ଡପ ନିର୍ମାଣ, ଯଜ୍ଞମଣ୍ଡପ ନିର୍ମାଣ, ମଣିବାବାଙ୍କ ଗର୍ଭଗୃହ ମରାମତି ସାଙ୍ଗକୁ ଗଳିଘର ଗୁମୁଟ ମରାମତି, ସେହିପରି ମୁକ୍ତିମଣ୍ଡପ, ନାଟମଣ୍ଡପ ଆଦିର ମରାମତି କରାଯିବ। ଏଥିପାଇଁ ସୋମବାର ତଥା ପବିତ୍ର ରଥଯାତ୍ରା ଅବସରରେ ମନ୍ଦିର ପରିସରରେ ଶିଳାନ୍ୟାସ କରାଯାଇଛି।
ଏହି ଶିଳାନ୍ୟାସ ଉତ୍ସବରେ ବିଧାୟକ ତଥା ଜିଲା ଯୋଜନାବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ସାସଂଦ ମଞୁଲତା ମଣ୍ଡଳ, ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ପିତାମ୍ବର ସାମଲ, ଅତିରିକ୍ତ ଜିଲାପାଳ, ମଧୁସୂଦନ ଦାସ, ପ୍ରକଳ୍ପନିର୍ଦଶକ, ଜିଲାପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ମାନସୀ ସାହୁଙ୍କ ସହ ଜଳପରିମଳ ବିଭାଗ, ଜଳସେଚନ ବିଭାଗ, ଡ୍ରେନେଜ ବିଭାଗ ସହ ବିଭିନ୍ନ ବିଭାଗର ପ୍ରଦାଧିକାରୀ ଯୋଗ ଦେଇଥିଲେ।
ଏପରିକି କାର୍ୟ୍ୟକାରୀ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ପ୍ରଯ୍ୟାୟରେ ପହଁଚିଥିବା ଭଦ୍ରକ ଜିଲାପାଳ ଶ୍ରୀ ଦାସ କହିଛନ୍ତି। ସେହିପରି ପୀଠକୁ ଆସୁଥିବା ଭକ୍ତମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ପୀଠର ମୁଖ୍ୟ ବଜାରର ରାସ୍ତା, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହିତ ମନ୍ଦିର ୪ଦ୍ବାରର ସମ୍ପ୍ରସାରଣ କରାଯିବ। ବିଶେଷକରି ମହାଶିବରାତ୍ରୀରେ ଯେପରି ଅଗଣିତ ଭକ୍ତ ମଣିବାବାଙ୍କର ମନ୍ଦିର ଚୂଡାକୁ ଉଠୁଥିବା ମହାଦୀପର ଦର୍ଶନ ପାଇପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନାବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ କହିଥିଲେ।
ପୀଠର ସମ୍ପ୍ରସାରଣ ଓ ମାଷ୍ଟରପ୍ଲାନ କାର୍ୟ୍ୟକାରୀ ପାଇଁ ଗତ ୪୦ / ୫୦ବର୍ଷ ହେବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ତାହା ସାକାର ହୋଇ ପାରୁନଥିଲା। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପ୍ରଯ୍ୟାୟରେ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ତାହା ସାକାର ରୂପରେଖ ନେବ ବୋଲି କହଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଣ୍ଟି ପ୍ରସାରଣ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories