www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାର କୃଷକଙ୍କ ପାଇଁ ପଠାଗଲା ନାନୋ ୟୁରିଆ 

ଭୁବନେଶ୍ୱର: ଓଡ଼ିଶାର କୃଷକମାନଙ୍କ ପାଇଁ ନାନୋ ୟୁରିଆ ବୋଝେଇ ଟ୍ରକ ଯାତ୍ରାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏକ ଆଭାସି କାର୍ଯ୍ୟକ୍ରମରେ ଡ.ସାହୁ ଏହି ଟ୍ରକ ଯାତ୍ରାର ଶୁଭାରମ୍ଭ କରିଥିଲେ । ଗୁଜରାଟର କାଲୋଲ କାରଖାନାରୁ ଓଡ଼ିଶାର ଭୁବନେଶ୍ୱରକୁ ନାନା ୟୁରିଆ (ତରଳ) ବୋଝେଇ ଟ୍ରକ ପଠାଯାଇଥିଲା ।

ମନ୍ତ୍ରୀ ଡ.ସାହୁ ଏହି ଅବସରରେ କହିଥିଲେ, ନାନୋ ୟୁରିଆ ବ୍ୟବହାର କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହିତ ସେମାନଙ୍କର କୃଷିକାର୍ଯ୍ୟ ବାବଦ ଖର୍ଚ୍ଚ ହ୍ରାସ କରିବ ଏବଂ ଅମଳ ପରିମାଣ ବୃଦ୍ଧି ସହିତ ଚାଷରେ ରାସାୟନିକ ସାର ବ୍ୟବହାର ପରିମାଣ ହ୍ରାସ କରିବ । ଏହା ଅତ୍ୟନ୍ତ ଦକ୍ଷ ଉତ୍ପାଦ ହୋଇଛି ।

- Advertisement -

ଓଡ଼ିଶା ସରକାରଙ୍କ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ ରାଜ୍ୟ ସରକାର ଆଗକୁ ବଢିବା ଦିଗରେ ସହାୟତା କରିବେ । ଓଡ଼ିଶା ସରକାର ଏହି ସର୍ବାଧୁନିକ ଉତ୍ପାଦକୁ ପୂର୍ଣ୍ଣ ସମର୍ଥନ ଯୋଗାଇବେ ଏବଂ କୃଷକମାନଙ୍କ ମଧ୍ୟରେ ନାନୋ ୟୁରିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ ।

ନାନୋ ୟୁରିଆ (ତରଳ) ବୋଝେଇ ଟ୍ରକ ଯାତ୍ରା ଶୁଭାରମ୍ଭ ଅବସରରେ ଇଫ୍‍କୋର ପରିଚାଳନା ନିର୍ଦ୍ଦେଶକ ଡ.ୟୁ ଏସ ଅୱସ୍ଥି କହିଥିଲେ,  ଖୁବଶୀଘ୍ର ଏକ ନାନୋ ୟୁରିଆ (ତରଳ) ଏବଂ ନାନୋ ଡିଏପି କାରଖାନା ଇଫ୍‍କୋ ପାରାଦୀପ ପରିସରରେ ସ୍ଥାପନ କରାଯିବ ଏବଂ ଏହା ସର୍ବବୃହତ ନାନୋ ୟୁରିଆ ଉତ୍ପାଦନକାରୀ କାରଖାନା ହେବ ।  ଗୋଟିଏ ଅଧ ଲିଟର ନାନୋ ୟୁରିଆ ବୋତଲ ଶସ୍ୟ ଉପରେ ପ୍ରଭାବ ଦୃଷ୍ଟିକୋଣରୁ ଏକ ବସ୍ତା ୟୁରିଆ ସହିତ ସମାନ ଅଥବା ତାହାଠାରୁ ଅଧିକ ଫଳପ୍ରଦ ପ୍ରଭାବ ପକାଉଛି । ଏହାର କ୍ଷୁଦ୍ର ଆକାର କାରଣରୁ ଜଟିଳ ଭୌଗୋଳିକ ସ୍ଥିତିରେ ମଧ୍ୟ ଏହା କୃଷକଙ୍କ ଦ୍ୱାରା ବ୍ୟବହାର କରାଯିବା ଅତ୍ୟନ୍ତ ସହଜସାଧ୍ୟ ଅଟେ ।

ନାନୋ ୟୁରିଆକୁ ଅନେକ ଫସଲରେ ପରୀକ୍ଷଣ କରାଯାଇସାରିଛି ଏବଂ ଫଳାଫଳରୁ ଜଣାଯାଇଛି ଯେ ନାନୋ ୟୁରିଆ ଅମଳ ବୃଦ୍ଧି ଏବଂ ଫସଲର ପୋଷକ ଗୁଣରେ ବୃଦ୍ଧି ଘଟାଇବାରେ ଅତ୍ୟନ୍ତ ଉପଯୋଗୀ ହୋଇପାରୁଛି । ଏହା ମଧ୍ୟ କମ୍‍ ଜଳ ବ୍ୟବହାର ଏବଂ ପରିବେଶ ପ୍ରଦୂଷଣ ହ୍ରାସ କରୁଛି, ତଦ୍ଦ୍ୱାରା ପୃଥିବୀକୁ ମଣିଷ ଏବଂ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ନିରାପଦ କରି ଗଢିତୋଳୁଛି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories