www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବତନ ମନ୍ତ୍ରୀ ଜୟନାରାୟଣଙ୍କୁ ହତ୍ୟା ଧମକ ଅଭିଯୋଗ

ସମ୍ବଲପୁର: ସୋମବାର ଦିନ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନରେ ହତ୍ୟା ଧମକ ଦେଇଛି। ଶ୍ରୀ ମିଶ୍ର ଏ ସର୍ମ୍ପକରେ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ୨ଟା ବେଳେ ମଧ୍ୟାହ୍ନ ଭୋଜନ ସାରି ବିଶ୍ରାମ ନେବାକୁ ଯାଉଥିଲା ବେଳେ କେହି ଜଣେ ତାଙ୍କୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଶ୍ରୀ ମିଶ୍ର ତାଙ୍କ ପରିଚୟ ମାଗିଥିଲେ। କିନ୍ତୁ ସେ ନିଜ ନାମ ଗ୍ରାମ କିଛି ନ କହି କେବଳ ଧମକ ଦେଇ ଚାଲିଥିଲା। ଜୟନାରାୟଣ ସମ୍ବଲପୁର ନ ଛାଡ଼ିଲେ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ସଂପୃକ୍ତ ବ୍ୟକ୍ତି ଧମକ ଦେଇଥିଲେ।

ଘଟଣା ସର୍ମ୍ପକରେ ଜୟନାରାୟଣ ‘ସମାଜ’କୁ କହିଛନ୍ତି ଯେ, କେହି ଜଣେ ଅପରିଚିତ ବ୍ୟକ୍ତି ସୋମବାର ଦିନ ୨ ଟାରୁ ରାତି ୯.୪୨ ପର୍ଯ୍ୟନ୍ତ ଅତି କମରେ ୩୦ ଥର ତାଙ୍କୁ ଫୋନ କରିଛନ୍ତି। ବ୍ୟକ୍ତି ଜଣକ ସମ୍ବଲପୁରୀ ଭାଷାରେ ତାଙ୍କୁ ଅଶ୍ଳୀଳ ଗାଳିଗୁଲଜ କରୁଛନ୍ତି। ସଂପୃକ୍ତ ବ୍ୟକ୍ତି ଯେଉଁ ଫୋନ ନମ୍ବରରୁ ତାଙ୍କୁ ଧମକ ଦେଉଛନ୍ତି ତାହା ଜୟନାରାୟଣ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ସେ କ୍ଷମତାରେ ଥିଲା ବେଳେ କିମ୍ବା ପରେ କାହା ପ୍ରତି କେବେ ଦୁର୍ବ୍ୟବହାର ପ୍ରଦର୍ଶନ କରିନାହାନ୍ତି। କିନ୍ତୁ ତାଙ୍କୁ କେହି ଫୋନରେ ଧମକ ଦେବା ତାଙ୍କୁ ଉଦବିଗ୍ନ କରିଛି।

- Advertisement -

ଜୟନାରାୟଣଙ୍କ ଅଭିଯୋଗ ଆଧାରରେ ଏକ ମକଦ୍ଦମା ରୁଜୁ କରାଯାଇଛି ବୋଲି ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରା କହିଛନ୍ତି। ଏସପି ସଂଜୀବ ଅରୋରା କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ତାଙ୍କୁ ସୂଚନା ମିଳିଛି। ଶ୍ରୀ ମିଶ୍ରଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ସୋହେଲା ନିକଟସ୍ଥ ବନାବିରା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜୟନାରାୟଣଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଗତ କିଛି ଦିନ ତଳେ ଜାମିନରେ ଆସିଛନ୍ତି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories