www.samajalive.in
Saturday, December 6, 2025
14.1 C
Bhubaneswar

କୋଭିଡର ତୃତୀୟ ପାନ ଟିକା ପାଇଁ ଅନୁମତି ମାଗିଲା ଫାଇଜର-ବାୟୋଏନ୍‍ଟେକ

ନୂଆଦିଲ୍ଲୀ: ସବୁଠାରୁ ଅଧିକ ସଂକ୍ରାମକ ହୋଇଥିବା କୋଭିଡ-୧୯ର ଡେଲଟା ପ୍ରକରଣ ନିମନ୍ତେ ଟିକାର ତୃତୀୟ ପାନ ଅନୁରୂପ ଭାବରେ ଫଳପ୍ରଦ ହୋଇପାରିବ ବୋଲି ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ବିଚାର କରୁଛନ୍ତି । ଡେଲଟା ପ୍ରକରଣ ଖୁବଶୀଘ୍ର ବିଶ୍ୱସ୍ତରରେ ନିଜର ପ୍ରଭାବ ବିସ୍ତାର କରିବାକୁ ଯାଉଥିବାରୁ ସେଥିପାଇଁ ତୃତୀୟ ପାନ ଟିକା ଉପଯୋଗୀ ହୋଇପାରିବ ବୋଲି କୁହାଯାଉଛି । ଏଥିପାଇଁ ଫାଇଜର ବାୟୋଏନଟେକ୍‍ ତୃତୀୟ ପାନ ଟିକା ନିମନ୍ତେ ନିୟାମକ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡିବ ବୋଲି ଗୁରୁବାର ଘୋଷଣା କରିଛି ।

କରୋନାର ମୂଳ ପ୍ରକରଣ ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ପରିଲକ୍ଷିତ ବେଟା ପ୍ରକରଣ କ୍ଷେତ୍ରରେ କୋଭିଡର ତୃତୀୟ ପାନ ଟିକା ପ୍ରଥମ ଓ ଦ୍ୱିତୀୟ ପାନ ତୁଳନାରେ ୫ରୁ ୧୦ ଗୁଣ ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାଯାଇଛି । ଏ ସମ୍ପର୍କରେ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଅଧିକ ତଥ୍ୟ ଆଧାରିତ ସୂଚନା ପ୍ରକାଶ କରିବା ସହିତ ତାହାକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ଏବଂ ୟୁରୋପିଆନ ମେଡିସିନ୍ସ ଏଜେନ୍ସି (ଇଏମଏ) ତଥା ଅନ୍ୟାନ୍ୟ  ନିୟାମକ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ଯୋଜନା କରୁଛନ୍ତି । ଏଥିସହିତ କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି ଯେ ତୃତୀୟ ପାନ ଟିକା କୋଭିଡର ଡେଲଟା ପ୍ରକରଣ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବରେ ଉତ୍ତମ ପ୍ରଭାବୀ କାର୍ଯ୍ୟ କରିବ ।

- Advertisement -

ସବୁଠାରୁ ବଡ କଥା ହେଉଛି, କମ୍ପାନୀଗୁଡିକ ନିର୍ଦ୍ଦିଷ୍ଟ ଭାବରେ ଡେଲଟାକୁ ଲକ୍ଷ୍ୟ ରଖି ଏକ ଟିକା ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ଏହା ଜର୍ମାନୀର ମେଞ୍ଜସ୍ଥିତ ବାୟୋଏନଟେକ୍‍ କାରଖାନାରେ ତିଆରି କରାଯାଇଛି । ନିୟାମକ ଅନୁମୋଦନ ମିଳିଲେ ଏହାର କ୍ଲିନିକାଲ ପରୀକ୍ଷଣ ଅଗଷ୍ଟରେ ଆରମ୍ଭ କରାଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories