www.samajalive.in
Thursday, December 11, 2025
26.1 C
Bhubaneswar

ପାକିସ୍ତାନକୁ ଭାରତର ପରାମର୍ଶ, ନିଜ ଘର ସଜାଡ

ଲାହୋର ବିସ୍ଫୋରଣରେ ହାତ ଥିବା ଇମ୍ରାନଙ୍କ ଅଭିଯୋଗକୁ ଖଣ୍ଡନ କଲା ଭାରତ

ଲାହୋର ବିସ୍ଫୋରଣ ଘଟଣାରେ ଭାରତର ହାତ ଥିବା ନେଇ ଇମ୍ରାନ ଖାନଙ୍କ ଅଭିଯୋଗର ଜବାବରେ ଭାରତ କହିଛି ଯେ, ପାକିସ୍ତାନ ନିଜ ଘରକୁ ସଜାଡ଼ିବା ଉଚିତ୍ ଏବଂ ସେଠାରୁ ସୃଷ୍ଟି ହେଉଥିବା ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟ କରିବା ଉଚିତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପାକିସ୍ତାନ ଭାରତ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ନିଜ ଘର ସଜାଡ଼ିବା ଆବଶ୍ୟକ ଏବଂ ଆତଙ୍କବାଦୀଙ୍କ ସୁରକ୍ଷିତ ଅଭୟାରଣ୍ୟ ପାଲଟିଥିବା ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ବିଶ୍ୱସନୀୟ ତଥା ଯାଞ୍ଚଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଲ ହେବ। । ଭାରତ କହିଛି ଯେ ପାକିସ୍ତାନ ଆତଙ୍କବାଦ ସମ୍ପର୍କରେ ବିଶ୍ୱ ଅବଗତ ଅଛି।

- Advertisement -

ଆତଙ୍କବାଦକୁ ନେଇ ପାକିସ୍ତାନର ପରିଚୟ ବିଷୟରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଭଲଭାବେ ଜାଣିଛି। ଏହାକୁ ସେଠାକାର ନେତୃତ୍ୱ ବ୍ୟତୀତ ଅନ୍ୟ କେହି ସ୍ୱୀକାର କରିନାହାଁନ୍ତି। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନାର ବିବରଣୀକୁ ସାର୍ବଜନୀନ କରିଛନ୍ତି ଓ କହିଛନ୍ତି ଯେ ବୈଠକରେ ପାକିସ୍ତାନ ଦ୍ୱାରା ଭାରତ ବିଷୟରେ ଭୁଲ ଧାରଣାକୁ ସଂଶୋଧନ କରିବାକୁ କହିଛି।

ସେ କହିଛନ୍ତି, ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଆମ ରାଷ୍ଟ୍ରଦୂତ ଭାରତ ବିଷୟରେ ଥିବା ଭୁଲ ଧାରଣାକୁ ସଂଶୋଧନ କରିବାର ଆବଶ୍ୟକତା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଇବା ପାକିସ୍ତାନ ବନ୍ଦ କରିବା ଆବଶ୍ୟକ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories