www.samajalive.in
Sunday, December 7, 2025
15.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ରଥଯାତ୍ରା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ-ମହାପ୍ରଭୁଙ୍କ ନୀତିକାନ୍ତି ତଥା କୋଭିଡ ନିୟମ ପାଳନ
ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

–ଓଡ଼ିଶା ଅଲମ୍ପିଆନ୍‌ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଲେ ୬କୋଟି, ରୌପ୍ୟପଦକ ବିଜେତାଙ୍କୁ ୪କୋଟି ଏବଂ କାଂସ୍ୟ ପଦକ ପାଇଲେ ୨.୫କୋଟି ଟଙ୍କା ମିଳିବ ପୁରସ୍କାର।

- Advertisement -

–ଓଡ଼ିଶାରୁ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ-ମୁଖ୍ୟମନ୍ତ୍ରୀ

–କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି। ରାଜ୍ୟମାନଙ୍କ ପାଇଁ କୋଭିଡ ପାଣ୍ଠି ଅନୁଦାନ ପ୍ରଦାନ କରାଯିବ। ୨୩,୧୨୩ କୋଟିର କୋଭିଡ ପାଣ୍ଠି ଅନୁଦାନ ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା

–ଚାଷୀଙ୍କ ସହାୟତା ପାଇଁ ୧ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ। ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବାକୁ ୧ଲକ୍ଷ କୋଟି-କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସୂଚନା

–ବଡ଼ ସାଇବର ଠକେଇର ପର୍ଦ୍ଦାଫାଶ କଲା କମିଶନରେଟ ପୁଲିସ। ଜଗତପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଠକେଇ ହୋଇଥିଲା।

–ଠକେଇ ହୋଇଥିବା ୩୯ଲକ୍ଷରୁ ୨୫ଲକ୍ଷ ଫେରିବାରେ ସଫଳ। ଘଟଣା ସମ୍ପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା।

–ରାଜ୍ୟ ଘରୋଇ ବସ ମାଲିକ ସଂଘ ବୈଠକରେ ନିଷ୍ପତ୍ତି। ବସ ମାଲିକ ସଂଘର ଦାବି ପୂରଣ ନ ହେଲେ ବନ୍ଦ ରହିବ ବସସେବା।

–ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଟିକସ ଛାଡ଼ କରିବାକୁ ଦାବି। ବସ ଚଳନକ୍ଷମ ପାଇଁ ବାର୍ଷିକ ୧ଲକ୍ଷର ସୁଧମୁକ୍ତ ଋଣ ଦାବି। କର୍ମଚାରୀଙ୍କୁ ୫ହଜାର ସହାୟତା ସମେତ ମାସକର ରାସନ ଦାବି।

–ଟିକା ପାଇଁ ଗର୍ଭବତୀଙ୍କ ଲାଗି ସ୍ବତନ୍ତ୍ର ପ୍ରତିକ୍ଷାଳୟ ରଖାଯିବ। ଗର୍ଭବତୀ ଟିକା ନେଲେ କ୍ଷତି ହେବ ନାହିଁ-ପରିବାର କଲ୍ୟାଣ ନିର୍ଦେଶକଙ୍କ ସୂଚନା

–ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ, ଗୁଣ୍ଡିଚା ମନ୍ଦିର ଚାରିପାଖରେ କଡ଼ା ସୁରକ୍ଷା-ଏସପି

–ରାଜ୍ୟରେ ଅଣ-ସ୍ନାତ୍ତକ ଛାତ୍ରଛାତ୍ରୀଙ୍କ ପାଇଁ କଳା, ବିଜ୍ଞାନ, ବାଣିଜ୍ୟର ୧୧ଟି ବିଷୟରେ ଆରମ୍ଭ ହେବ ଇ-ଶିକ୍ଷାଦାନ ବ୍ୟବସ୍ଥା, https://vtputkal.odisha.gov.inରେ ପଢ଼ିପାରିବେ ଛାତ୍ରଛାତ୍ରୀ

–ରାଜ୍ୟରେ ଆଜି ୨,୫୪୨ କରୋନା ସଂକ୍ରମିତ ଚିହ୍ନଟ, ୫୭ ମୃତ

–ଜାମ୍ମୁ କାଶ୍ମୀର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୫ ଆତଙ୍କବାଦୀ ନିହତ

–ଲୋକମାନେ କୋହଳର ସୁଯୋଗ ନେଇ ସଂକ୍ରମଣର ସୁଯୋଗ ବଢ଼ାଉଛନ୍ତି, ଲୋକମାନେ ସଚେତନ ନହେଲେ ପୁଣି ଥରେ ବିପଦ ବଢିବ – ଡ଼ିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି

– କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ପରଲୋକ

–ରାଜ୍ୟରେ ଏବେ ୧,୯୦,୩୮୦ ଡୋଜ କୋଭିସିଲ୍ଡ ଟିକା ଅଛି, ସେଥିରେ ଆଉ ୨ ଦିନ ଟିକାକରଣ ଚାଲିବ – ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

–ଜୁଲାଇରେ କେନ୍ଦ୍ର ଦେଇଛି ୧୦ ଲକ୍ଷ ୪୩ ହଜାର ୯୩୦ ଡୋଜ କୋଭିସିଲ୍ଡ, କୋଭିସିଲ୍ଡର ୨ୟ ଡୋଜ ନେବାକୁ ଅଛନ୍ତି ୨୮ ଲକ୍ଷ ଲୋକ – ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

–ଦେଶରେ ଆଜି ୪୫,୮୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୮୧୭ ମୃତ ଓ ୪୪,୨୯୧ ସୁସ୍ଥ

–ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ହେବ

–ଆଜି ନୂଆ ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କଲେ ଧର୍ମେଦ୍ର ପ୍ରଧାନ ଓ ଅଶ୍ୱନୀ ବୈଷ୍ଣବ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories