www.samajalive.in
Thursday, December 11, 2025
26.1 C
Bhubaneswar

ସଙ୍ଗଠନକୁ ପ୍ରାଥମିକତା, ବିଜେପି କାର୍ଯ୍ୟାଳୟ ପରିଦର୍ଶନ କଲେ ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ

ସଂଗଠନ ସରକାରଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଂଚାଇବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସମସ୍ତ ନୂଆ ମନ୍ତ୍ରୀ ବିଜେପି ଜାତୀୟ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ବରିଷ୍ଠ ନେତାମାନେ କହିଛନ୍ତି ଯେ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ଏହା ଏକ ପ୍ରୟାସ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ମନ୍ତ୍ରୀ ହୋଇଥିବା ସଦସ୍ୟମାନେ ମନେ ରଖିବା ଉଚିତ ଯେ ସେମାନେ ସଂଗଠନରୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରୀମାନଙ୍କୁ ସଂସଦର ସଦସ୍ୟ ତଥା ଅନ୍ୟ ଜନ ପ୍ରତିନିଧୀଙ୍କ କଥା ଶୁଣିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପାର୍ଟି କ୍ୟାଡର ଏବଂ ସରକାରଙ୍କ ମଧ୍ୟରେ ତୃଣମୂଳ ସ୍ଥରରେ ସମନ୍ୱୟ ରକ୍ଷା କରିଛନ୍ତି।

- Advertisement -

ମନ୍ତ୍ରୀ ଦଳ ମୁଖ୍ୟାଳୟ ପରିଦର୍ଶନ ସମୟରେ ଅଫିସ କର୍ମଚାରୀମାନଙୁ ଭେଟିଥିଲେ। ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀମାନେ ଦଳର ଆଦର୍ଶବାଦୀ ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଦିନ ଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ପୂର୍ବରୁ ଅଧିକାଂଶ ମନ୍ତ୍ରୀ ଦଳର ସଭାପତି ଜେ ପି ନଡ୍ଡାଙ୍କୁ ଭେଟିବାକୁ ଯାଇଥିଲେ। ସାମାଜିକ ନ୍ୟାୟ ମନ୍ତ୍ରୀ ବିରେନ୍ଦ୍ର କୁମାର କହିଛନ୍ତି ଯେ ଏକ ନୂତନ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜଣେ ବୟସ୍କଙ୍କ ଆଶୀର୍ବାଦ ନେବା ଆବଶ୍ୟକ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories