www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନରେ ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି: ପୈତୃକ ଘରେ ନମାଜ ପଢିଲେ ପ୍ରଶଂସକ, ଭିଡିଓ ଭାଇରାଲ

ମୁମ୍ବଇ: ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର ଦୀର୍ଘ ଦିନ ହେବ ରୋଗରେ ପୀଡ଼ିତ ଥିବା ବେଳେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ହିନ୍ଦୀ ସିନେମା ଜଗତର ଟ୍ରାଜେଡ଼ି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାରଙ୍କ ବିୟୋଗରେ ବଲିଉଡ଼ ସମେତ ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ତାଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି। ଦିଲୀପ କୁମାରଙ୍କ ପୈତୃକ ଘର ଅର୍ଥାତ୍ ପାକିସ୍ତାନର ପେଶାୱରରେ ମଧ୍ୟ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

- Advertisement -

ପେଶାୱର ସ୍ଥିତ ତାଙ୍କ ପୈତୃକ ଘରେ ପ୍ରଶଂସକମାନେ ନମାଜ ପାଠ କରିଛନ୍ତି। ଏହା ବ୍ୟତୀତ ଲୋକେ ମହମବତୀ ଜଳାଇ ନିଜ ପ୍ରିୟ କଳାକାରଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। ପେଶାୱରର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି।


ସୂଚନାଯୋଗ୍ୟ, ୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ପାକିସ୍ତାନର ପେଶାୱର ସହରରେ ଦିଲୀପ କୁମାର ଜନ୍ମ ହୋଇଥିଲେ। ସେ ପାକିସ୍ତାନରୁ ମୁମ୍ବଇ ଆସିଥିଲେ, କିନ୍ତୁ ପେଶାୱରରେ ବିତାଇଥିବା ତାଙ୍କ ପିଲାଦିନ ଏବଂ ତାଙ୍କ ଘରକୁ ସେ ସର୍ବଦା ମନେ ପକାଉଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories