www.samajalive.in
Sunday, December 14, 2025
16.1 C
Bhubaneswar

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ୱର: ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁୁ ବିଭିନ୍ନ କାରଣରୁ ସମର୍ଥ ହୋଇପାରନ୍ତି ନାହିଁ, ଏକଥା ଜିଓ ହୃଦୟଙ୍ଗମ କରିଛି । ସେଥିପାଇଁ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ରିଲାଏନ୍ସ ଜିଓ ପକ୍ଷରୁ ଜରୁରୀକାଳୀନ ଡାଟା ଋଣ ସୁବିଧା ଆରମ୍ଭ କରାଯାଇଛି ଯାହାଦ୍ୱାରା ଜିଓ ଗ୍ରାହକମାନେ ଜରୁରୀ ସମୟରେ ଏହି ସୁବିଧାର ଲାଭ ନେଇ ନିରବଚ୍ଛିନ୍ନ ହାଇସ୍ପିଡ ଡାଟା ବ୍ୟବହାର ଜାରି ରଖିପାରିବେ ଏବଂ ଏଥିପାଇଁ ପରବର୍ତୀ ସମୟରେ ଦେୟ ପ୍ରଦାନ କରିପାରିବେ । ନୂଆ ନୂଆ ଉତ୍ପାଦ ପ୍ରଚଳନ କରିବା ତଥା ଗ୍ରାହକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବାରେ ସର୍ବାଗ୍ରେ ରହିଥିବା ଜିଓ ଏବେ ଜିଓ ବ୍ୟବହାରକାରୀଙ୍କୁ ସରଳ ଅଥଚ ଶକ୍ତିଶାଳୀ ସମାଧାନ ଯୋଗାଇଦେବ, ଯାହା ସେମାନଙ୍କୁ ହାଇସ୍ପିଡ ଡାଟା ନିରବଚ୍ଛିନ୍ନ ବ୍ୟବହାର କରିବାର ଅନୁଭୂତିକୁ ସୁନିଶ୍ଚିତ କରିବ ।

ସୂଚନାଯୋଗ୍ୟ ଯେ ଜିଓ ନିଜର ଡାଟା କ୍ଷମତା ଓ ସ୍ପିଡକୁ ପ୍ରାୟତଃ ଦୁଇଗୁଣ କରିବାକୁ ନିକଟରେ ତାହାର ନେଟୱର୍କକୁ ଅଧିକ ସମୃଦ୍ଧ କରିଛି । ସେଥିପାଇଁ ଜିଓ ବ୍ୟବହାରକାରୀମାନେ ଉନ୍ନତ ନେଟୱର୍କ ସଂଯୋଗ ଏବଂ ଅଧିକ ସ୍ପିଡ ଅନୁଭବ କରିପାରୁଛନ୍ତି । ଏହା ଦ୍ୱାରା ଜିଓ ଗ୍ରାହକ ଅଧିକ ଡାଟା ବ୍ୟବହାର କରିବାରେ ସକ୍ଷମ ହୋଇଛିନ୍ତି ଏବଂ ଅନେକ ବ୍ୟବହାରକାରୀଙ୍କର ଦୈନିକ ଧାର୍ଯ୍ୟ ଡାଟା ପରିମାଣ ଶେଷ ହେବା ପରେ ଦିନର ଅବଶିଷ୍ଟ ସମୟ ସେମାନଙ୍କ ନିକଟରେ ଆଉ ହାଇସ୍ପିଡ ଡାଟା ରହୁନାହିଁ । ତାହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏଭଳି ସହଜ ଡାଟା ଋଣ ସୁବିଧା ପ୍ରଚଳନ କରିଛି ।

- Advertisement -

ଦୈନିକ ଧାର୍ଯ୍ୟ ହାଇସ୍ପିଡ ଡାଟା ପରିମାଣ ଶେଷକରି ତୁରନ୍ତ ରିଚାର୍ଜ କରିବାକୁ ସମର୍ଥ ହେଉନଥିବା ଜିଓ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଏହି ଜରୁରୀ ଡାଟା ଋଣ ବ୍ୟବସ୍ଥା ପ୍ରଚଳନ କରିଛି, ଯାହା ‘ଏବେ ରିଚାର୍ଜ କର, ପରେ ଦେୟ ପୈଠ କର’ ସୁବିଧା ଯୋଗାଇ ଦେଉଛି । ଏହା ଅଧୀନରେ ଜିଓ ତାହାର ପ୍ରିପେଡ ଗ୍ରାହକଙ୍କୁ ପ୍ରତ୍ୟେକ ୧ ଜିବି ଲେଖାଁଏ ୫ଟି ହାଇସ୍ପିଡ ଜରୁରୀକାଳୀନ ଡାଟା ପ୍ୟାକ୍ ଋଣ ଆକାରରେ ଯୋଗାଇଦେବ । ଏହି ପ୍ରତ୍ୟେକ ଡାଟା ପ୍ୟାକ୍ ମୂଲ୍ୟ ୧୧ ଟଙ୍କା ରହିଛି । ଜିଓ ଉପଭୋକ୍ତା ନିଜ ଆବଶ୍ୟକତା ଅନୁସାରେ ଏହି ପ୍ରତ୍ୟେକ ଏକ ଜିବି ଡାଟା ପ୍ୟାକ୍ ଋଣ ଆକାରରେ ବ୍ୟବହାର କରି ପରବର୍ତୀ ସମୟରେ ଦେୟ ପୈଠ କରିପାରିବେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories