www.samajalive.in
Wednesday, December 10, 2025
14.1 C
Bhubaneswar

ରାତି ୧୦ଟା-ମୁଖ୍ୟ ଖବର

ଆସନ୍ତାକାଲି କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

କୋଭିଡ ଟିକା ପରୀକ୍ଷଣ ନିମନ୍ତେ ପୁଣେ ଓ ହାଇଦ୍ରାବାଦ ଠାରେ ଆହୁରି ଦୁଇଟି କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ପ୍ରସ୍ତୁତ କଲେ ସରକାର

–ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୧୭ ମୃତ, ୪୦ ଉଦ୍ଧାର

– ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି,ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି

–ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ପୁଷ୍କର ସିଂହ ଧାମିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

– ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ତୃତୀୟ ଲହର ମୁକାବିଲା ନେଇ ଏକ ଏସ୍‌ଓପି ପ୍ରସ୍ତୁତ ହୋଇଛି- ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

– ତୃତୀୟ ଲହରରେ ଛୋଟ ପିଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ନବ ନିର୍ମିତ କୋଭିଡ ହସ୍‌ପିଟାଲରେ ଛୋଟ ପିଲାଙ୍କ ପାଇଁ ୱାର୍ଡ ବ୍ୟବସ୍ଥା ରହିଛି

– ପୁରୀକୁ ଉଡିବ ବିମାନ, ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ସବୁକିଛି ଠିକଠାକ ରହିଲେ ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବାର ସମ୍ଭାବନା ଅଧିକ-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

–ମାଓ ସଂଗଠନ ପକ୍ଷରୁ ମାଓ ମୃତ୍ୟୁ ନେଇ ତଥ୍ୟ। ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୃତ୍ୟୁ

–ମାଓ କେନ୍ଦ୍ରୀୟ କମିଟି, ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀ ମୃତ, ବର୍ଷକ ଭିତରେ କେବଳ ୩୦ ମହିଳା ମାଓବାଦୀଙ୍କ ମୃତ୍ୟୁ ସୂଚନା

–ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଡାକ୍ତରଖାନାରେ ଭର୍ତ୍ତି, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଯୋଗୀ ଆଦିତ୍ୟନାଥ। ଶରୀର ଅଚାନକ ଭାବେ ଫୁଲିବାରୁ ତାଙ୍କୁ ଶନିବାର ରାତିରେ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

–ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ସମ୍ଭାବନା, ପରୀକ୍ଷାଫଳ ଅପେକ୍ଷାରେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

–ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ସେଠୀଙ୍କୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି

–ଆଉ ୯୫୫ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୪,୦୨,୦୦୫

–ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୧୬୫୨ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧୮, କଟକ ଜିଲାରୁ ସର୍ବାଧିକ

-ରାଜ୍ୟରେ ମୋଟ କରୋନା ସଂକ୍ରମଣ ୯୨୨୮୯୬କୁ ବୃଦ୍ଧି

–ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର ପ୍ରାଣହାନି ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି

–କରୋନା ମହାମାରୀ ମୁକାବିଲାରେ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି

–ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ସେ ଆମାଜନର ମୁଖ୍ୟ ଜେଫ୍‌ ବେଜାସ୍‌ଙ୍କ ମହାକାଶ ଅଭିଯାନରେ ତାଙ୍କର ସାଥୀ ହେବେ ବୋଲି ଜଣାପଡ଼ିଛି

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories