www.samajalive.in
Wednesday, December 10, 2025
14.1 C
Bhubaneswar

ତେଜିଲା କ୍ରସର ବିରୋଧି ଆନ୍ଦୋଳନ; ମହିଳା ଗୋଷ୍ଠୀ ଶୋଭାଯାତ୍ରାରେ ସାମିଲ

ହରଭଙ୍ଗା: ଶିଳ୍ପବିହୀନ ବୌଦ୍ଧ ଜିଲାର ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଞ୍ଚଳରେ କ୍ରସର ନାଁରେ ଗଢିଉଠିଥିବା ବିନାଶକାରୀ ଶିଳ୍ପ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ପ୍ରଥମେ କ୍ରସର ବନ୍ଦ ପାଇଁ ଧାରଣା। ଏହାପରେ ଗାଁ ଲୋକଙ୍କ କ୍ରସର ବିରୋଧରେ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି। ରବିବାର ପୁର୍ନବାର ଛତ୍ରଙ୍ଗ ପଞ୍ଚାୟତର ମହିଳା ମହାସଂଘ ପକ୍ଷରୁ ଖରଭୁଇଁ ଶିବ ମନ୍ଦିର ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କୌଣସି ପରିସ୍ଥିତିରେ କ୍ରସର ଏବଂ ବେଆଇନ ପଥର ଉତ୍ତୋଳନକୁ ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମହିଳା ମହାସଂଘ ପକ୍ଷରୁ ଖରଭୁଇଁ ଶିବ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଛତ୍ରଙ୍ଗ ବଜାର ପରିକ୍ରମା ସାରି ସ୍ଥାନୀୟ ପଞ୍ଚାୟତରେ ପହଞ୍ଚିଥିଲା। ମହିଳା ମହାସଂଘର ଏହି ଶୋଭାଯାତ୍ର କ୍ରସର ବିରୋଧି ଆନ୍ଦୋଳନକୁ ଆହୁରି ମଜଭୁତ୍ କରିଥିଲା। ମହିଳା ମହାସଂଘର ଦାବିକୁ ସ୍ଥାନୀୟ ସରପଞ୍ଚ ସୁଶିଲ ପ୍ରଧାନ,୯ନଂ ଜିଲା ପରିଷଦ ସଭ୍ୟ ଅବକାଶ ସାହୁ ଭଳି ଦୁଇ ଜନ ପ୍ରତିନିଧି , ଖରଭୁଇଁ ଗାଁ ସଭାପତି ଅକ୍ଷୟ କହଁର, ସମ୍ପାଦକ ହୃଦାନନ୍ଦ ଦେହୁରୀଙ୍କ ସମର୍ଥନ କ୍ରସର ବିରୋଧି ଆନ୍ଦୋଳନକୁ ଢେର ଗୁଣାରେ ମଜଭୁତ୍ କରିଥିବା କୁହାଯାଉଛି।

 

- Advertisement -

ଏହି ଆନ୍ଦୋଳନ ଆଗକୁ କେଉଁଠି ପଂହଚୁଛି ଏବଂ କେତେ ଫଳପ୍ରଦ ହେଉଛି ତାକୁ ସମସ୍ତେ ଅନେଇ ବସିଛନ୍ତି।ସୂଚନା ଥାଉ କି ଖରଭୁଇଁ ଅଞ୍ଚଳରେ ଗଢିଉଠିଥିବା ୪ଟି ପଥର କ୍ରସର ସାଙ୍ଗକୁ ୭ଟି ପଥର କୁଆଁରୀକୁ ଲିଜ ପ୍ରଦାନ କରାଯାଇଛି। ୨୦୦୮ରୁ ଏହି ଅଞ୍ଚଳରେ ଗଢିଉଠିଥିବା କ୍ରସର ଶିଳ୍ପ ଏବଂ ବେଆଇନ ପଥର ଉତ୍ତୋଳନକୁ ସ୍ଥାନୀୟ ପଞ୍ଚାୟତବାସୀ ବିରୋଧ ସତ୍ୱେ ଗୋଟିଏ ପରେ ଗୋଟିଏ କ୍ରସର ଶିଳ୍ପ ଏହି ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ବିନାଶକାରୀ ଶିଳ୍ପ ଯୋଗୁଁ ଚିରସବୁଜ ପ୍ରାକୃତିକ ଜଙ୍ଗଲ ଧ୍ୱଂସ ହେବାକୁ ବସିଛି। ଅନ୍ୟପଟେ ପ୍ରଦୂଷଣ, ପ୍ରଚଣ୍ଡ ଶବ୍ଦରେ ଘରଦ୍ୱାର ଭାଙ୍ଗିବା ସହିତ ପ୍ରତିଦିନ ଲୋକେ ମୃଦୁ ଭୂକମ୍ପ ଭଳି ଅନୁଭବ କରୁଛନ୍ତି। ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବିକଳାଙ୍ଗ ଶିଶୁ ସଂଖ୍ୟା ବୃଦ୍ଧି ସାଙ୍ଗକୁ କିଡନୀ ରୋଗ ମଧ୍ୟ ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories