www.samajalive.in
Saturday, December 13, 2025
14.1 C
Bhubaneswar

କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମହାମାରୀ ପରିଚାଳନାରେ ବିଫଳ ହୋଇଥିବାବେଳେ କଟକଣା ଯୋଗୁଁ ସାଧାରଣ ଜନତା ଜୀବିକା ହରାଇ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ତୈଳ ଏବଂ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି, କୃଷକ ଓ ଶ୍ରମିକ ମାରଣନୀତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଜନତାଙ୍କ ସ୍ୱାର୍ଥ ପାଇଁ ଆସନ୍ତା ୭ରୁ ୧୭ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଜନଆନ୍ଦୋଳନକୁ ବ୍ୟାପକ କରିବାକୁ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଏ. ଚେଲାକୁମାର ଓ ପ୍ରଦେଶ କଂଗ୍ରେସ ସଭାପତି (ପିସିସି) ନିରଞ୍ଜନ ପଟ୍ଟନାୟକ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଆଇସିସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ରାଜ୍ୟ କଂଗ୍ରେସ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆନ୍ଦୋଳନକୁ ସଫଳ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଦିନତମାମ କଂଗ୍ରେସର ଚାରିଟି ପର୍ଯ୍ୟାୟରେ ଆଭାସି ବୈଠକ ହୋଇଛି। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ, ଓଡ଼ିଶା ପ୍ରଭାରୀ ଡ. ଚେଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ରାଜ୍ୟର ସମସ୍ତ ୩୩ ଜିଲାର ସଭାପତି, ପିସିସି ପର୍ଯ୍ୟବେକ୍ଷକ, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ବ୍ଲକ ସଭାପତି ଓ ସହର ସଭାପତିଙ୍କ ସମେତ ଦଳର ଛାମୁଆ ସଙ୍ଗଠନ ମୁଖ୍ୟଙ୍କୁ ଏହି ଆନ୍ଦୋଳନ ପାଇଁ ପରାମର୍ଶ ଦିଆଯାଇଛି।

- Advertisement -

ସରକାରଙ୍କ ଜନମାରଣ ନୀତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସାଇକଲରେ ପ୍ରଚାରପତ୍ର (ପ୍ଲାକାର୍ଡ) ଲଗାଇ ୫ କି.ମି ଯାତ୍ରା କରିବାକୁ ନିବେଦନ କରିଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟରେ ପିସିସି ପକ୍ଷରୁ ସାଇକଲ ଯାତ୍ରା ରାଜଧାନୀର ସମସ୍ତ ଅଞ୍ଚଳ ଗସ୍ତ କରିବ। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ସମସ୍ତ ନେତା ତଥା ପଦାଧିକାରୀ, ଛାତ୍ର, ଯୁବ, ମହିଳା ଅଂଶଗ୍ରହଣ କରିବେ। ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସାମନାରେ ତୈଳଦର ବୃଦ୍ଧି ପ୍ରତିବାଦରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସେମାନଙ୍କ ଦସ୍ତଖତ ସଂଗ୍ରହ କରିବେ। ଏତଦ୍‌ବ୍ୟତୀତ ମାସବ୍ୟାପୀ ରାଜ୍ୟରେ ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇ ଜନଜାଗରଣ ସୃଷ୍ଟି କରିବାକୁ ରଣନୀତି ତିଆରି କରାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories