www.samajalive.in
Wednesday, December 10, 2025
18.1 C
Bhubaneswar

ଦିନକରେ ରାଜ୍ୟରେ ନୂଆ ୨୮୭୦ କୋଭିଡ ସଂକ୍ରମିତ ଚିହ୍ନଟ, କଟକରୁ ସର୍ବାଧିକ ୪୪୦

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୫୨ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧୮ ଜଣ ରହିଛନ୍ତି। ଏହି ସମୟ ମଧ୍ୟରେ ଦୈନିକ ସଂକ୍ରମଣରେ କଟକ ଜିଲାରୁ ସର୍ବାଧିକ ୪୪୦ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲାରୁ ୯୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୨୪୦, ବରଗଡ ୧୪, ଭଦ୍ରକ ୧୨୮, ବଲାଙ୍ଗୀର ୨୯, ବୌଦ୍ଧ ୧୩, ଦେବଗଡ ୫, ଢେଙ୍କାନାଳ ୮୫, ଗଜପତି ଜିଲାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୧୧, ଜଗତସିଂହପୁର ୧୧୨, ଯାଜପୁର ୧୯୧, ଝାରସୁଗୁଡା ୫, କଳାହାଣ୍ଡି ୩୬, କନ୍ଧମାଳ ୨୫, କେନ୍ଦ୍ରାପଡା ୧୫୭ ଏବଂ କେନ୍ଦୁଝରରୁ ୬୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।


ଖୋର୍ଦ୍ଧା ଜିଲାରୁ ୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟରୁ ୬୦, ମାଲକାନଗିରି ୫୭ ମୟୁରଭଞ୍ଜ ୧୬୪, ନବରଙ୍ଗପୁର ୩୫, ନୟାଗଡ ୧୦୫, ନୂଆପଡା ୭, ପୁରୀ ୧୬୫, ରାୟଗଡା ୫୦, ସମ୍ବଲପୁର ୨୩, ସୁବର୍ଣ୍ଣପୁର ୧୦, ସୁନ୍ଦରଗଡ ୮୭ ଏବଂ ଷ୍ଟେଟପୁଲରୁ ୬୦ ଜଣଙ୍କୁ ଚିହ୍ନଟ କରାଯାଇଛି।

- Advertisement -

ଆଜିର ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ୯୨୨୮୯୬କୁ ବୃଦ୍ଧି ପାଇଥିବା ବେଳେ ୮୮୭୪୨୦ ସୁସ୍ଥ ଓ ୩୦୨୨୭ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories