www.samajalive.in
Saturday, December 6, 2025
14.1 C
Bhubaneswar

ଦିନକରେ ରାଜ୍ୟରେ ୨୯୧୭ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୭ ଏବଂ ସ୍ଥାନୀୟ ସଂକ୍ରମିତ ୧୨୪୦ ଜଣ ରହିଛନ୍ତି। ଏହି ସମୟ ମଧ୍ୟରେ ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲାରୁ ୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨୩୭, ବରଗଡ ୨୨, ଭଦ୍ରକ ୧୬୩, ବଲାଙ୍ଗୀର ୭, ବଉଦ ୧୯, କଟକ ୪୨୨, ଦେବଗଡ ୫, ଢେଙ୍କାନାଳ ୭୭, ଗଜପତି ଜିଲାରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୧, ଜଗତସିଂହପୁର ୧୧୯, ଯାଜପୁର ୨୧୮, ଝାରସୁଗୁଡା ୮, କଳାହାଣ୍ଡି ୨୧, କନ୍ଧମାଳ ୧୩, କେନ୍ଦ୍ରାପଡା ୭୯ ଏବଂ କେନ୍ଦୁଝରରୁ ୭୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟରୁ ୫୫, ମାଲକାନଗିରି ୫୯, ମୟୁରଭଞ୍ଜ ୧୬୫, ନବରଙ୍ଗପୁର ୧୯, ନୟାଗଡ ୯୬, ନୂଆପଡା ୮, ପୁରୀ ୧୩୨, ରାୟଗଡା ୫୩, ସମ୍ବଲପୁର ୨୨, ସୁବର୍ଣ୍ଣପୁର ୧୨, ସୁନ୍ଦରଗଡ ୪୮ ଏବଂ ଷ୍ଟେଟପୁଲରୁ ୧୦୧ ଜଣଙ୍କୁ ଚିହ୍ନଟ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories