www.samajalive.in
Saturday, December 13, 2025
26.1 C
Bhubaneswar

ନିମ୍ନ ଅଦାଲତ ପାଇଁ ସାନି ନିର୍ଦେଶନାମା

କଟକ: ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିମ୍ନ ଅଦାଲତ ଓ ପ୍ରାଧିକରଣ ଜୁଲାଇ ୩ରୁ ୧୭ ତାରିଖ ପର୍ଯ୍ୟନ୍ତ କିଭିଳି ଭାବେ କାର୍ଯ୍ୟ କରିବେ ସେ ନେଇ ସାନି ନିର୍ଦେଶନାମା ଜାରି କରାଯାଇଛି। ଜୁନ୍ ୩୦ରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦେଶନାମାକୁ ବିଚାରକୁ ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିମ୍ନ ଅଦାଲତରେ କୋର୍ଟ କାର୍ଯ୍ୟ ସଂକ୍ରାନ୍ତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ କାର୍ଯ୍ୟ ଦିବସର ପ୍ରଥମାର୍ଦ୍ଧରେ ସକାଳ ୧୦ଟା ୩୦ରୁ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ଜିଲା ଅଦାଲତ, ଅନ୍ୟ ନିମ୍ନ ଅଦାଲତ ଓ ପ୍ରାଧିକରଣଗୁଡିକରେ ଅଦାଲତ କାର୍ଯ୍ୟ ସମ୍ପାଦନ ହେବ।

ସାକ୍ଷୀଙ୍କ ବୟାନ ରେକର୍ଡ ବ୍ୟତୀତ ଅନ୍ୟ ସବୁ ମାମଲା ଶୁଣାଣି କରାଯିବ। ମାମଲାଗୁଡ଼ିକ ଯଥା ସମ୍ଭବ ଆଭାସି ବ୍ୟବସ୍ଥାରେ ଶୁଣାଣି କରାଯିବ। ସଂପୂର୍ଣ୍ଣ ଭାବେ ଟିକା ନେଇଥିବା କର୍ମଚାରୀମାନେ କୋର୍ଟ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟ କର୍ମଚାରୀଙ୍କ କ୍ଷେତ୍ରରେ କୌଣସି ସ୍ଥିତିରେ ୫୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ ନାହିଁ। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ବାର୍ ଆସୋସିଏସନ୍ ଓ ଆଇନଜୀବୀଙ୍କ ସହଯୋଗ ନିଆଯିବା ଉପରେ ଗୁରୁତ୍ବାରୋପ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories