www.samajalive.in
Sunday, December 14, 2025
26.1 C
Bhubaneswar

କେନ୍ଦ୍ର ନ ଶୁଣିଲେ ରାଜ୍ୟ ହରାଇବ ୧୭.୨୦ଲକ୍ଷ ଟିକା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କିଭଳି ତ୍ୱରିତ ଟିକାକରଣ କରାଯାଇ କରୋନା ମହାମାରୀ କବଳରୁ ରକ୍ଷା କରାଯିବ ସେନେଇ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ହୋଇଛି। ଏହିକ୍ରମରେ କେନ୍ଦ୍ର ସରକାରଙ୍କ ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ଯେତିକି ଟିକା ଘରୋଇ ଡାକ୍ତରଖାନା କିଣିବା ପାଇଁ କେନ୍ଦ୍ର ପକ୍ଷରୁ ଆବଣ୍ଟନ ହୋଇଛି ତା’ର ମାତ୍ର ୭ ପ୍ରତିଶତ ଭିତରେ ଟିକା କିଣିବାକୁ ସେମାନେ ସକ୍ଷମ ହେଉଛନ୍ତି। କେବଳ ୬ ରୁ ୭ଟି ଘରୋଇ ଡାକ୍ତରଖାନା ଟିକା କିଣୁଥିବାରୁ ଓଡ଼ିଶା ତା’ର ଭାଗରୁ ୧୭ଲକ୍ଷ ଟିକା ହରାଇବାକୁ ବସିଛି। ଜୁନରେ ୮ଲକ୍ଷ ୫୯ହଜାର ୬୦ ପାନ ଟିକା ଭାଗ ହରାଇଥିବାବେଳେ ଚଳିତମାସରେ ପୁନଶ୍ଚ ୮ଲକ୍ଷ ୬୦ହଜାର ୧୪୦ ପାନ ଟିକା ଭାଗ ହରାଇବାକୁ ଯାଉଛି। ଯାହାକୁ କେନ୍ଦ୍ର ସରକାର ବିଚାର କଲେ ଓଡ଼ିଶାକୁ ଉକ୍ତ ପରିମାଣ ଟିକା ମିଳିପାରିବ। ଏହି ମର୍ମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ପତ୍ର ଲେଖି ଘରୋଇ ଡାକ୍ତରଖାନାର ୨୫ ପ୍ରତିଶତ ଭାଗରୁ ୨୦ପ୍ରତିଶତ ରାଜ୍ୟକୁ ଦେବାକୁ ଜୁନ୍ ୧୪ରେ ଅନୁରୋଧ କରିଥିଲେ। ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଜୁନ ୨୫ରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହଷବର୍ଦ୍ଧନଙ୍କୁ ପତ୍ର ଲେଖି ଏ ନେଇ ଜଣାଇଥିବାବେଳେ ଆଜି ପୁଣି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ପତ୍ର ଲେଖାଯାଇଛି।

ବିଭାଗୀୟ ସଚିବ ଶ୍ରୀ ମହାପାତ୍ର କେନ୍ଦ୍ର ସଚିବଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ କେନ୍ଦ୍ରର ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ଘରୋଇ ଡାକ୍ତରଖାନାଗୁଡିକ ୨୫ପ୍ରତିଶତ ଟିକା ସିଧାସଳଖ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ କିଣି ଲୋକଙ୍କୁ ବିକି ପାରିବେ। ହେଲେ ଓଡ଼ିଶାରେ ସମୁଦାୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ମାତ୍ର ୫ପ୍ରତିଶତ ଘରୋଇ ଡାକ୍ତରଖାନା ଟିକା ସଂଗ୍ରହ କରୁଛନ୍ତି। ଯାହାଦ୍ବାରା ଅଯଥାରେ ଓଡ଼ିଶାର ଟିକା ଭାଗ କମିବ। ଓଡ଼ିଶାବାସୀଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଟିକା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ସେ ଦର୍ଶାଇଛନ୍ତି ଯେ ଜୁନରେ ରାଜ୍ୟର ଘରୋଇ ଡାକ୍ତରଖାନା ଗୁଡିକୁ ତା’ର ୨୫ ପ୍ରତିଶତ ଭାଗ ପାଇଁ ୭ଲକ୍ଷ ୫୬ହଜାର ୬୬୦ପାନ ‘କୋଭିସିଲଡ’ ଓ ୧ଲକ୍ଷ ୬୮ହଜାର ୯୦୦ପାନ ‘କୋଭାକ୍ସିନ’ ଟିକା ଦେବାକୁ ରହିଥିଲା। ମାତ୍ର ଏଥିମଧ୍ୟରୁ ଘରୋଇ ଡାକ୍ତରଖାନା ଗୁଡିକ ଯଥାକ୍ରମେ ୫୯ହଜାର ଏବଂ ୭ହଜାର ୫୦୦ ଟିକା କିଣିଛନ୍ତି, ଯାହା ମାତ୍ର ୭.୨ ପ୍ରତିଶତ। ଏଥିପାଇଁ ରାଜ୍ୟକୁ ଆସିବାକୁ ଥିବା ଟିକା ଭାଗରୁ ୮ଲକ୍ଷ ୫୯ ହଜାର ୬୦ପାନ ଟିକା ହରାଇବାକୁ ପଡ଼ିଛି। ସେହିପରି ଚଳିତମାସରେ ୮ଲକ୍ଷ ୪୩ହଜାର ୯୩୦ ‘କୋଭିସିଲଡ’ ଟିକା ଏବଂ ୧ଲକ୍ଷ ୭୩ହଜାର ୪୦ପାନ ‘କୋଭାକ୍ସିନ’ ଟିକା କିଣିବାକୁ କେନ୍ଦ୍ର ପକ୍ଷରୁ ଧାର୍ଯ୍ୟ କରାଯାଇଛି। ହେଲେ ରାଜ୍ୟର ଘରୋଇ ଡାକ୍ତରଖାନାଗୁଡିକ ମାତ୍ର ୧ଲକ୍ଷ ୨୬ହଜାର ୯୨୦ ପାନ ‘କୋଭିସିଲ୍ଡ’ ଟିକା ଏବଂ ୨୯ହଜାର ୯୧୦ ପାନ ‘କୋଭାକ୍ସିନ୍’ ଟିକା କିଣିବାକୁ ଅଗ୍ରିମ ଦେଇଛନ୍ତି। ଯାହାଦ୍ବାରା ରାଜ୍ୟ ୮ଲକ୍ଷ ୬୦ହଜାର ୧୪୦ ପାନ ଟିକା ହରାଇବାର ପୁଣି ଆଶଙ୍କା ଦେଖାଦେଇଛି।

- Advertisement -

ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଭାରତ ସରକାରଙ୍କ ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ଭାରତ ସରକାର ୭୫ ପ୍ରତିଶତ ଟିକା କିଣିବେ ଏବଂ ଅବଶିଷ୍ଟ ୨୫ପ୍ରତିଶତ ଟିକା ସମ୍ପୃକ୍ତ ରାଜ୍ୟର ଘରୋଇ ଡାକ୍ତରଖାନା ଓ ସଂସ୍ଥା ଚାହିଁଲେ କିଣିପାରିବେ। ଏହି ଦୃଷ୍ଟିରୁ ରାଜ୍ୟର ଘରୋଇ ଡାକ୍ତରଖାନାଗୁଡିକ ଟିକା କିଣିବାରେ ସମର୍ଥ ହେଉନାହାନ୍ତି। ଉକ୍ତ ଡାକ୍ତରଖାନାଗୁଡିକ ଅତି ବେଶିରେ ୫ ପ୍ରତିଶତ ଟିକା ସଂଗ୍ରହ କରିବେ। ଅବଶିଷ୍ଟ ୨୦ % ଟିକା ଯାହାକି ରାଜ୍ୟର ପାଇବାକୁ ହକ୍ ସେଥିରୁ ସେ ବଞ୍ଚିତ ହେବ। ତେଣୁ କେନ୍ଦ୍ର ସରକାର ଯେଉଁ ୭୫:୨୫ ଅନୁପାତ ସ୍ଥିର କରିଛନ୍ତି ତାହାକୁ ଓଡ଼ିଶା କ୍ଷେତ୍ରରେ ୯୫:୫ ପ୍ରତିଶତ କରାଯାଉ। ରାଜ୍ୟ ସରକାର ଉକ୍ତ ଟିକା ସଂଗ୍ରହ କରି ଘରୋଇ ଡାକ୍ତରଖାନା ଜରିଆରେ ସୁପରିଚାଳନା କରିପାରିବେ। ଏହାଦ୍ୱାରା ଓଡ଼ିଶାରେ ଟିକାକରଣ ଅଭିଯାନଶୀଘ୍ର ଶେଷ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଅନୁପାତକୁ ପରିବର୍ତ୍ତନ କରିବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories