www.samajalive.in
Saturday, December 13, 2025
26.1 C
Bhubaneswar

ମେଘା ସେକ୍ଟରରେ ଜାତୀୟ ଡାକ୍ତର ଦିବସ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ଗ୍ରାମରେ ଗୁରୁବାର ଜାତୀୟ ଡାକ୍ତର ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ ସଭାରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଡାକ୍ତର ବା ଚିକିତ୍ସକମାନଙ୍କୁ ଭଗବାନଙ୍କର ଦ୍ୱିତୀୟ ରୂପ କୁହାଯାଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ସମ୍ମାନରେ୧୯୯୧ମସିହାରୁ ପ୍ରତ୍ୟେକ ବର୍ଷ ଜୁଲାଇ ୧ ତାରିଖକୁ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। ଏବେ ବିଶ୍ୱବ୍ୟାପି କରୋନା ମହାମାରୀ ସଂକଟ କାଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଯେପରି ମାନବ ଜାତିର ରକ୍ଷା ପାଇଁ ଉତ୍ସର୍ଗୀକୃତ ଓ ସମର୍ପିତ ସେବା କରୁଛନ୍ତି ତାହା ବାସ୍ତବିକ ପ୍ରଂଶସନୀୟ। ସେବା କରିବା ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଆମ ଦେଶ ସମେତ ବିଶ୍ୱର ଶତାଧିକ ଦେଶରେ ହଜାର ହଜାର ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପ୍ରାଣବଳି ଦେଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢାଇବା ପାଇଁ ସମସ୍ତେ ସେମାନଙ୍କୁ ପ୍ରଂଶସା କରିବା ସଙ୍ଗେ ସଙ୍ଗେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ଶ୍ରୀ ଅସ୍‍ଲମ୍‍ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଏନଏସିର ସ୍ୱଚ୍ଛସାଥି, ସ୍ୱଚ୍ଛସାଥି ପରିଦର୍ଶିକା, ଅଙ୍ଗନବାଡି କର୍ମୀ ଓ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories