www.samajalive.in
Tuesday, December 9, 2025
16.1 C
Bhubaneswar

ଘର ଛାଡିଚାଲିଯାଇଛି ମାଆ, ଆଖି ବୁଜିଲେ ବାପା: ଅସହାୟ ଅବସ୍ଥାରେ ୩ଝିଅ ,ଦୁଇ ପୁଅ

ହରଭଙ୍ଗା: ମଜୁରୀ କଲେ ଚୁଲି ଜଳେ। ମୁଣ୍ଡ ଗୁଞ୍ଜିବାକୁ ରହିଛି ଚାଳଛପର ଘର ଖଣ୍ଡିଏ। ପାଞ୍ଚ ବର୍ଷ ପୂର୍ବରୁ ମାଆ ଘରଛାଡି ଚାଲିଯାଇଛି। ଆଉ ମାଆ ଡାକ ପିଲାଙ୍କ ପାଟିରୁ ଶୁଣିବାକୁ ମିଳୁନଥିଲା। ଏଭଳି ଅବସ୍ଥାରେ ସମସ୍ତଙ୍କ ବୋଝ ମୁଣ୍ଡେଇଥିଲେ ବାପା ଅଚ୍ୟୁତ୍। ଗତକାଲି ସକାଳେ ଚିକିତ୍ସାଧିନ ଅବସ୍ଥାରେ ବୌଦ୍ଧ ମେଡିକାଲରେ ଆଖିବୁଜିଲେ ବାପା ଅଚ୍ୟୁତ। ବାପା ଅଚ୍ୟୁତଙ୍କ ମୃତ୍ୟୁ ପରେ ସତେ ଯେମିତି ତିନି ଝିଅ ଓ ଦୁଇ ପୁଅ ଭଳି ୫ସନ୍ତାନଙ୍କ ମୁଣ୍ଡ ଉପରୁ ଛାତ ଉଡିଗଲା। ଆହା କରିବାକୁ ପାଖରେ କେହିନାହିଁ। ସବୁଦିନ ପାଇଁ ବନ୍ଦ ହୋଇଗଲା ମାଆ ଏବଂ ବାପା ଉଭୟ ଡାକ। ଏଭଳି ଅସହାୟ ଅବସ୍ଥାରେ ଦିନକାଟୁଥିବା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ବଡବନ୍ଧ ଠୁକାସାହିର ମୃତ ଅଚ୍ୟୁତ ବେହେରାଙ୍କ ତିନି ଝିଅ ଏବଂ ଦୁଇ ପୁଅଙ୍କ ଅସହାୟ କାହାଣୀ।

ଗତ ବୁଧବାର ବିଳମ୍ବିତ ରାତ୍ରୀ ଘଟଣା। ହଠାତ୍ ଅଚ୍ୟୁତ ବେହେରାଙ୍କ ପେଟ ବ୍ୟଥା , ବାନ୍ତି ସାଙ୍ଗକୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପାଖରେ ଥିବା ସାହିର ସଭାନେତ୍ରୀ ସୌଦାମିନୀଙ୍କୁ ଜଣାଇଥିଲେ ବଡଝିଅ ତରଙ୍ଗିନୀ। ସଙ୍ଗେ ସଙ୍ଗେ ସୌଦାମିନୀ ସ୍ଥାନୀୟ ସରପଞ୍ଚଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ଏହାପରେ ଆମ୍ବୁଲାନ୍ସ ଡକାଇ ପ୍ରଥମେ ପୁରୁଣାକଟକ ଏବଂ ପରେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଶୁକ୍ରବାର ସକାଳେ ଅଚ୍ୟୁତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ପରେ ପିଲାମାନେ ପୁରା ମୂକ ପାଲଟିଯାଇଛନ୍ତି। ଅଚ୍ୟୁତଙ୍କ ମୃତ୍ୟୁ ଖବର ସାହିପଡିଶାଙ୍କୁ ଦୁଃଖରେ ମ୍ରିୟମାଣ କରିପକାଇଛି। ଏଭଳି ଅବସ୍ଥାରେ ଅାଜି ଦିନ ଦ୍ୱିପହରରେ ସାହି ପଡିଶାଙ୍କ ସହଯୋଗରେ ଶବଦାହ କାର୍ଯ୍ୟ ସମ୍ପାଦିତ ହୋଇଛି। ବାପାଙ୍କୁ ହରାଇ ଭୋକ ଉପାସରେ ରହିଥିବା ୫ଟି ପିଲାଙ୍କ ପାଖରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁଚରଣ ଯାନୀ ପହଞ୍ଚି ୫ଶହ ଟଙ୍କା ଦେଇଥିବା ଜଣାପଡିଛି। ତୁରନ୍ତ ଏଭଳି ଅସହାୟ ଶିଶୁଙ୍କୁ ଥଇଥାନ ସହିତ ଶୁଦ୍ଧକ୍ରିୟା ପାଇଁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ସୌଦାମିନୀ ବିନ୍ଧାଣୀ, କୁନ୍ତଳା ବିନ୍ଧାଣୀ, ଗୋଲାପି ବିନ୍ଧାଣୀ ପ୍ରମୁଖ ଦାବୀ କରିଛନ୍ତି। ବୌଦ୍ଧ ଜିଲାପାଳ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅିବାସୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories