www.samajalive.in
Saturday, December 13, 2025
26.1 C
Bhubaneswar

ପବିତ୍ର ଧାମ ବୃନ୍ଦାବନର ମହିମା

ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ସ୍ଥଳୀ ବୃନ୍ଦାବନରେ ଥିବା ପ୍ରାଚୀନ ମନ୍ଦିର ଏହାର ଅସ୍ଥିତ୍ୱ ନିମନ୍ତେ ସମଗ୍ର ଦେଶରେ ପ୍ରସିଦ୍ଧ ଅଟେ।
ବୃନ୍ଦାବନର ନାମ ଶୁଣିବା ମାତ୍ରେ ଆମର ମନରେ ଏକ ଅଲୌକିକ ଆନନ୍ଦର ଅନୁଭୂତି ହୋଇଥାଏ। କାରଣ ଏହା ରାଧା-କୃଷ୍ଣଙ୍କର ପ୍ରେମର ଭୂମି ଅଟେ। ଏଠାରେ ସର୍ବଦା ରାଧେ-ରାଧେ ଶୁଣିବାକୁ ମିଳିଥାଏ ଓ ଏକ ଲୋକ ଗୀତ ମଧ୍ୟ ଶୁଣାଯାଏ ଯେ ‘ଯାହାର କୋଣ କୋଣରେ ବିରାଜମାନ ଶ୍ୟାମ, ତାହା ହେଉଛି ବୃନ୍ଦାବନ ଧାମ’।
ବୃନ୍ଦାବନର ବିଶିଷ୍ଟତା –
ବ୍ରଜ ଧାମ ସବୁ ଧାମ ମଧ୍ୟରେ ଶ୍ରେଷ୍ଠ ଅଟେ। ଏହାର ଏକ ରୋଚକ କାହାଣୀ ମଧ୍ୟ ରହିଛି। ଭଗବାନ ଶ୍ରୀକୃଷ୍ଣ ପ୍ରୟାଗରାଜଙ୍କୁ ସମସ୍ତ ତୀର୍ଥର ରାଜା କରିଥିଲେ। ତେଣୁ ସବୁ ତୀର୍ଥ ପ୍ରୟାଗଙ୍କୁ କର ଦେବାକୁ ଆସୁଥିଲେ। ଏକଦା ନାରଣ ତାଙ୍କୁ ପ୍ରଶ୍ନ କଲେ କ’ଣ ବୃନ୍ଦାବନ ଆପଣଙ୍କୁ କର ଦେବାକୁ ଆସୁଛି କି ? ପ୍ରୟାଗ ମନା କରିବାରୁ ନାରଣ ତାଙ୍କୁ କହିଲେ ତେବେ ଆପଣ କିପରି ସମସ୍ତ ତୀର୍ଥ ମାନଙ୍କର ରାଜା ? ଏହା ଶୁଣି ପ୍ରୟାଗ ବିଷ୍ଣୁଙ୍କୁ ଏହା ପଚାରିବାରୁ ପ୍ରଭୁ ବିଷ୍ଣୁ କହିଥିଲେ ‘ମୁଁ ତୁମକୁ ସମସ୍ତ ତୀର୍ଥର ରାଜା କରିଛି କିନ୍ତୁ ମୋ ଘରର ନୁହେଁ। ବୃନ୍ଦାବନ ହେଉଛି ମୋ ଘର ତଥା ରାଧାଙ୍କର ବୁଲିବା ସ୍ଥଳୀ। ସେଠାରେ ମୁଁ ସର୍ବଦା ବାସ କରିଥାଏ।
ଜନ୍ମାଷ୍ଟମୀରେ ବୃନ୍ଦାବନର ଖାସ ଆକର୍ଷଣ –
ବୃନ୍ଦାବନର ଅର୍ଥ ହେଉଛି ‘ତୁଳସୀବନ’। ନାରାୟଣଙ୍କ ଆର୍ଶୀବାଦ ହେତୁ ଦେବୀ ବୃନ୍ଦାବତୀଙ୍କୁ ଏଠାରେ ତୁଳସୀ ଗଛ ରୂପରେ ପୂଜା କରାଯାଏ।ସେବେଠାରୁ ଏଠାରେ ଦେବୀ ବୃନ୍ଦାବତୀ ତୁଳସୀ ଗଛ ରୂପରେ ପୂଜା ପାଆନ୍ତି ଓ ଚାରିଆଡ଼େ ତୁଳସୀ ଗଛ ବଣ ଭଳି ଅଛି। ଦେବୀଙ୍କ ନାମ ଅନୁଯାୟୀ ଏହାର ନାମ ବୃନ୍ଦାବନ ହୋଇଛି।
ବାଙ୍କେ ବିହାରୀଙ୍କ ମନ୍ଦିର –
ବୃନ୍ଦାବନରେ ବହୁ ମନ୍ଦିର ରହିଛି। ମାତ୍ର ଏଠାରେ ଥିବା ବାଙ୍କେ ବିହାରୀଙ୍କ ମନ୍ଦିର ନିଆରା ଅଟେ। ଏହା ଗୌତମ ପାଡ଼ା ନିକଟରେ ଅବସ୍ଥିତ। ଏହି ମନ୍ଦିର ସାରା ଦୁନିଆରେ ପ୍ରସିଦ୍ଧ ଅଟେ। ଦେଶ ବିାଦଶରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ ନିମନ୍ତେ ଆସନ୍ତି। ଶ୍ରାବଣ ମାସର ହରିଆଲି ତୀଜ୍‍ରେ ଶ୍ରୀ ବାଙ୍କେ ବିହାରୀଙ୍କ ସୁନା – ଚାନ୍ଦୀର ଝୁଲଣାରେ ବେଶ କରାଇ ବସାନ୍ତି। ଏହା ବର୍ଷକୁ ମାତ୍ର ଥରେ ହିଁ କେବଳ ଏହି ଅଲୌକିକ ବେଶର ଦର୍ଶନ ହୋଇଥାଏ। ଜନ୍ମାଷ୍ଟମୀ ଦିନ ପ୍ରଭୁଙ୍କୁ ଏଠାରେ ଦର୍ଶନ ନିମନ୍ତେ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ।
ଏଠାରେ ଥିବା ବାଙ୍କେ ବିହାରୀ ମନ୍ଦିର, ରାଧାବଲ୍ଲଭ, ଗୋପୀନାଥ,ରାଧା-ଦାମୋଦର,ଶ୍ୟାମସୁନ୍ଦର, ରାଧା-ରମଣ,ଗୋପେଶ୍ୱର ମହାଦେବ ମା କାତ୍ୟାୟାନୀ, ନିଧିବନ, ସେବାକୁଞ୍ଜ, ଇମଲୀତାଲା, ଶୃଙ୍ଗରବଟ, ଶ୍ରୀରଙ୍ଗଜୀଙ୍କ ମନ୍ଦିର, ମୀରାବାଈଙ୍କ ମନ୍ଦିର, ଅଷ୍ଟ ସଖୀ ମନ୍ଦୀର ଆଦି ଏପରି ବହୁ ମନ୍ଦିର ରହିଛି ଯାହାର ବହୁ ପୌରାଣିକ କାହାଣୀ ରହିଛି। ଏହି ସମସ୍ତ ମନ୍ଦିରକୁ ଦର୍ଶନ କରିବାକୁ ବହୁ ଦୂରଦୂରାନ୍ତରରୁ ଲୋକେ ଆସିଥାଆନ୍ତି। ଏହା ଏକ ପବିତ୍ର ଧାମ ଅଟେ।
ଗମନାଗମନ ନିମନ୍ତେ
ଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନରେ କିମ୍ବା ଉଡ଼ାଯାହାଜରେ ଯାଇପାରିବେ। ଦିଲ୍ଲୀରେ ଷ୍ଟେସନରେ ପହଞ୍ôଚବା ପରେ ସେଠାରୁ ବସ, ଟ୍ୟାକ୍ସିରେ ମଥୁରାରେ ପହଞ୍ôଚବେ। ମଥୁରା ଠାରୁ ବୃନ୍ଦାବନ ୧୫କିଲୋମିଟର ଦୂରରେ ଅବସ୍ଥିତ। ସେଠାରୁ ଟ୍ୟାକ୍ସି,ଅଟୋ ଆଦିରେ ଯାଇପାରିବେ। ବୃନ୍ଦାବନର ଚତୁଃପାଶ୍ୱର୍ରେ ପ୍ରେମ, ସଂଙ୍ଗୀତ, ବିଭିନ୍ନ କଳା-ନୃତ୍ୟ, ଆଦି ଦେଖିବାକୁ ମିଳିଥାଏ। ତେଣୁ ବର୍ଷକ ଯାକ ଏଠାରେ ବହୁ ଭିଡ଼ ପରିଲକ୍ଷିତ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories