www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡ-୧୯ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ଏନଏଚଆରସି​‌ ଅଧ୍ୟକ୍ଷଙ୍କ ଆହ୍ବାନ

ନୂଆଦିଲ୍ଲୀ : କୋଭିଡ-୧୯ ଦ୍ୱାରା ସମାଜର ବିଭିନ୍ନ ବର୍ଗ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ସେ ଦୃଷ୍ଟିରୁ ପ୍ରତ୍ୟେକ ବ୍ୟକ୍ତି, ଗରିବ ଲୋକ ଓ ଅସହାୟ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ଉଚିତ୍‍ ବୋଲି ଜାତୀୟ ମାନବାଧିକାର କମିସନର ଅଧ୍ୟକ୍ଷ ଜଷ୍ଟିସ୍‍ ଏ.କେ. ମିଶ୍ର କହିଛନ୍ତି । ମାନବାଧିକାର କମିଶନଙ୍କ ୧୫ଦିନିଆ ଅନ୍‍ଲାଇନ୍‍ ଇଣ୍ଟର୍ଣ୍ଣସିପ୍‍ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବା ଅବସରରେ ଜଷ୍ଟିସ୍‍ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି ସ୍ଥାନାନ୍ତରିତ ଶ୍ରମିକ ସମସ୍ୟା, ମାନବ ଚୋରା ଚାଲାଣ ଓ ଜେଲ୍‍ ଗୁଡ଼ିକରେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ବନ୍ଦୀ ରହିବା ଭଳି ବିଭିନ୍ନ ସମସ୍ୟା ସହ ଦେଶ ଆଗରେ ଦେଖା ଦେଇଛି। ଏଥିପ୍ରତି ଦୃଷ୍ଟିଦେବାର ସମୟ ଆସିଛି ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।

ସେ କହିଛନ୍ତି ବାକ୍‍ ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମାଜିକ ଗଣମାଧ୍ୟମରେ ଏହାର ସର୍ବଦା ସତର୍କତାର ସହ ବ୍ୟବହାର ହେବା ଉଚିତ୍‍ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦେଶ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକର ସମାଧାନ ଖୋଜି ବାହାର କରିବାରେ ଛାତ୍ରସମାଜ ନିଜକୁ ସାମିଲ କରିବା ଉପରେ ଜଷ୍ଟିସ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି। ମାନବିକ ଅଧିକାର କ୍ଷେତ୍ରର ବିଭିନ୍ନ ଦିଗ ଉପରେ ବିଶେଷଜ୍ଞ ମାନଙ୍କ ସହ ବାର୍ତ୍ତାଳାପ ଓ ଆଲୋଚନା ସମୟରେ ଛାତ୍ରସମାଜ ଏହାର ସର୍ବାଧିକ ଉପଯୋଗ ପାଇଁ ସର୍ବଦା ତତ୍ପର ହେବା ଆବଶ୍ୟକ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories