www.samajalive.in
Monday, December 8, 2025
13.1 C
Bhubaneswar

ଗୋରୁ ବୋଝେଇ ଭ୍ୟାନ ଜବତ; ଡ୍ରାଇଭର ଓ ହେଲ୍ପର ଗାଡି ଛାଡି ଫେରାର

ବେଗୁନିଆ: ଲକଡାଉନ ଓ ସଟଡାଉନ ସମୟରେ ବେଗୁନିଆ ଏବଂ ବାଘମାରୀ ଥାନା ଅଞ୍ଚଳରେ ଗୋରୁ ମାଫିଆମାନେ ସକ୍ରିୟ ରହି ଗୋ ଚାଲାଣ ଅବ୍ୟାହତ ରଖିଛନ୍ତି । ଏହି ସମୟରେ ମାଫିଆମାନେ ପୁଲିସ ଭୟରେ ବଡ ଗାଡ଼ିରେ ଗୋରୁ ନନେଇ ଛୋଟ ଛୋଟ ଗାଡ଼ିରେ ଗୋରୁ ବୋଝେଇ କରି ଗୋଟିଏ ଜାଗାରେ ଏକତ୍ରିତ କରି ବାହାରକୁ ଚାଲାଣ କରୁଛନ୍ତି । ଫଳରେ ଗୋ ଚାଲାଣ ସମ୍ପୃକ୍ତ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି। ଗତକାଲି ରାତିରେ ବେଗୁନିଆ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିକଗୋଡ଼ାରୁ ଏକ ପିକଅପ ଭ୍ୟାନରେ ୬ ଟି ଗୋରୁ ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ଭ୍ୟାନ ଡ୍ରାଇଭର ପୁଲିସ ଗାଡିକୁ ଦେଖି ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଉପରେ ବେଗୁନିଆ ମିନି ଷ୍ଟାଡିୟମ ନିକଟରେ ଗାଡିଟିକୁ ଛାଡି ହେଲ୍ପର ସହିତ ଧାଇଁ ପଳାଇଯାଇଥିଲେ।

 

- Advertisement -

ଗତକାଲି ରାତିରେ ବେଗୁନିଆ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ସମ୍ପୃକ୍ତ ଭ୍ୟାନଟି ୬ଟି ଗୋରୁ ବୋଝେଇ କରି ଭୁବନେଶ୍ବର ଯାଉଥିବାବେଳେ ସମ୍ପୃକ୍ତ ସ୍ଥାନରେ ପୁଲିସ ଭ୍ୟାନକୁ ଦେଖି ଗାଡି ଡ୍ରାଇଭର ଏବଂ ହେଲ୍ପର ରାସ୍ତା ଉପରେ ଗାଡିଟିକୁ ରଖି ଗାଡିରୁ ଡେଇଁ ଫେରାର ହୋଇଯାଇଥିଲେ। ଉକ୍ତ ଗାଡ଼ିରେ ଥିବା ୩ ଟି ଗାଈ ଏବଂ ୩ ଟି ବଳଦ ସହିତ ଗାଡିଟିକୁ ଥାନା ଏସଆଇ ଶ୍ରୀକାନ୍ତ ପଣ୍ଡା, ଏଏସଆଇ ଗଜେନ୍ଦ୍ର ଜେନା ଏବଂ ଥାନା କର୍ମଚାରୀମାନେ ଜବତ କରି ଥାନାକୁ ଆଣିଥିଲେ। ଗୋରୁ ଗୁଡିକ ଭୁବନେଶ୍ୱର ନିକଟସ୍ଥ ସିଜୁଆ ଗୋଶାଳାରେ ଛଡ଼ାଯାଇଥିବାର ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ କହିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ୧୨୨/୨୧ ନଂ କେଶ ରୁଜୁ କରାଯାଇ ଏସ ଆଇ ଶ୍ରୀକାନ୍ତ ପଣ୍ଡା ଘଟଣାର ତଦନ୍ତ କରୁଛନ୍ତି।
ପ୍ରଶାସନ ସହିତ ବଜାର କମିଟିର ଆଲୋଚନା।
ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଏଠାରୁ ୫ କିମି ଦୂର ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ବାଘମାରୀ ଠାରୁ ୧୦ ଟି ଗୋରୁ ବୋଝେଇ କରି ଯାଉଥିବା ଏକ ଭ୍ୟାନକୁ ଜବତ କରି ଡ୍ରାଇଭରକୁ ଗିରଫ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories