ଯାଜପୁର : ମହାମାରୀ କରୋନା ପାଇଁ ଆମେ ସମସ୍ତେ ଘର ଭିତରେ ଆବଦ୍ଧ ହୋଇ ରହିଛେ। ବାହାରକୁ ପାଦ କାଢ଼ିବାକୁ ଲୋକେ ଭୟ କରୁଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆବଶ୍ୟକୀୟ ରକ୍ତର ଅଭାବକୁ ଦୂର କରିବା ଦିଗରେ ସୁକିନ୍ଦା ଯୁବ ବିଜେଡି କର୍ମକର୍ତ୍ତାଙ୍କ ଅବଦାନ ଅତୁଳନୀୟ। ସୁକିନ୍ଦାଗଡ଼ ପଞ୍ଚାୟତର ୫୦ ପରୋପକାରୀ ବ୍ୟକ୍ତି ରକ୍ତଦାନ କରିଛନ୍ତି। ଏହି ମହାପୂଣ୍ୟ ପ୍ରକ୍ରିୟାରେ ପିଙ୍ଗଲ ପଞ୍ଚାୟତର ୭୩ ଜଣ ବ୍ୟକ୍ତି ସାମିଲ ହୋଇ, ଗତ ରବିବାର ରକ୍ତଦାନ କରିଥିଲେ। ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉଦ୍ୟମରେ ୨ ସପ୍ତାହ ମଧ୍ୟରେ ସୁକିନ୍ଦା ବ୍ଲକରେ ୨୪୭ ବ୍ୟକ୍ତି ରକ୍ତଦାନ କରିଛନ୍ତି।
‘ଆମେ ରକ୍ତଦାତା ଆମେ ରକ୍ଷକ’ର ସ୍ଲୋଗାନ ଦେଇ କରୋନାର ଦ୍ୱିତୀୟ ଲହରକୁ ପରାସ୍ତ କରିବାରେ ଓଡ଼ିଶାର ଉଦ୍ୟମ ଅବ୍ୟାହତ ରହିଛି। ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ସୁଜିତ ରାଉତ,“ଓଡ଼ିଶା ମୋ ପରିବାର” ଏବଂ ‘ଜୀବନ ବିନ୍ଦୁ”ର ସମନ୍ୱୟରେ ରକ୍ତଦାନ ପରି ମହତ କାର୍ୟ୍ୟରେ ହରିପୁର ଶିବିରରେ ୭୦ଜଣ ଏବଂ ୫୪ ପରୋପକାରୀ ବ୍ୟକ୍ତି ଡୁବୁରୀ ରକ୍ତଦାନ ଶିବିରରେ ଭାଗ ନେଇଥିଲେ।
ରକ୍ତଦାନକୁ ମିଶନ ଭାବେ ଗ୍ରହଣ କରିଥିବା ଯୁବ ବିଜୁ ଜନତା ଦଳ ଗତ ସୋମବାର ଦାନଗଦୀରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲା। ତ୍ରିଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ପ୍ରଫୁଲ ରାୟଙ୍କ ଏକାଦଶାହରେ ଦାନଗଦୀର ୫୪ ବ୍ୟକ୍ତି ରକ୍ତଦାନ କରିଥିଲେ।
ସୁକିନ୍ଦା ଲିଡସ୍ ବ୍ୟାନରରେ ସୁକିନ୍ଦା କଲେଜ କ୍ୟାମ୍ପସରେ ଆୟୋଜିତ ଆଜିର ଏହି ରକ୍ତଦାନ ଶିବିରରେ ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ବିଜୁ ଜନତା ଦଳର ପ୍ରମୁଖ୍ୟ ସଦସ୍ୟ ଯଥା ରାଜ୍ୟ ପରିଷଦ ସଭ୍ୟ ବିବେକାନନ୍ଦ ବୋଷ, ଯାଜପୁର ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜିତ ବେହୁରା, ସୁକିନ୍ଦା ବ୍ଲକ ଉପସଭାପତି ରାଜକିଶୋର ଜେନା, ସୁକିନ୍ଦା ବ୍ଲକ ସାଧାରଣ ସମ୍ପାଦକ ପ୍ରତାପ ପଟ୍ଟନାୟକ,ସୁକିନ୍ଦାଗଡ଼ ସମ୍ପାଦକ ନିମଳେନ୍ଦୁ ବେହୁରା, ସୁକିନ୍ଦା ବ୍ଲକ ଯୁବ ଉପସଭାପତି ସ୍ୱାଧୀନ ଦାସ, ସୁକିନ୍ଦାଗଡ଼ ସଭାପତି ବିଳାସ ବେହୁରା, ସୁକିନ୍ଦାଗଡ଼ ମହିଳା ସଭାପତି ସ୍ନେହଲତା ମହାଳିକ, ସୁକିନ୍ଦାଗଡ଼ ଯୁବ ସଭାପତି ଅମିତ ଦାସ ଏବଂ ସୁକିନ୍ଦା ବ୍ଲକ ସାଧାରଣ ସମ୍ପାଦକ ଜୟନ୍ତ ରାଉତ ଉପସ୍ଥିତ ଥିଲେ।



