www.samajalive.in
Sunday, December 7, 2025
26.1 C
Bhubaneswar

ଭାରସାମ୍ୟ ହରାଇ ଟ୍ରକ ଭିତରେ ପଶିଗଲା ବାଇକ୍

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ଆଜି ପୂର୍ବାହ୍ନରେ ଗୋଟିଏ ବାଇକ୍ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ଟ୍ରକ ଭିତରେ ପଶିଯାଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣଙ୍କ ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବାଇକ୍ ଆରୋହୀ ଜଣଙ୍କ ତୁରୁମୁଙ୍ଗା ଥାନା ପଦ୍ମକେଶରପୁର ଗ୍ରାମର ବୈଷ୍ଣବ ଚରଣ ମହାନ୍ତ ବୋଲି ଜଣାପଡିଛି । ସେ କେନ୍ଦୁଝରରୁ ତୁରୁମୁଙ୍ଗା ଅଭିମୁଖେ ଡାହାଣ ପାର୍ଶ୍ଵ ଭୁଲ୍ ରାସ୍ତାରେ ଆସୁଥିବା ବେଳେ ବିପରୀତ ଦିଗରୁ କେନ୍ଦୁଝର ଅଭିମୁଖେ ଟ୍ରକଟି ଯାଉଥିଲା । ତେବେ ଟ୍ରକ୍ ଭିତରେ ବାଇକଟି ଲାଖି ରହିଥିବା ବେଳେ ବାଇକ୍ ଆରୋହୀ ଜଣଙ୍କ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories