www.samajalive.in
Friday, December 12, 2025
16.1 C
Bhubaneswar

ଗାଁକୁ ମାଡି ଆସୁଛି ଜୁଆର, ସମୁଦ୍ର ଗର୍ଭରେ ଲୀନ ହେଲା ୪ ଘର

ଚିକିଟି: ଗଞ୍ଜାମ ଜିଲା ଚିକିଟି ବ୍ଲକ କତୁରୁ ପଞ୍ଚାୟତର ରାମୟପାଟଣା ଗ୍ରାମ ପ୍ରତି ବର୍ଷେ ଦୁଇ ବର୍ଷରେ ଗ୍ରାମକୁ ମାଡି ଆସୁଛି ସମୁଦ୍ର ଜୁଆର। ସମୁଦ୍ର ଗର୍ଭରେ ଲୀନ ହେଉଛି ଉପକୂଳରେ ଥିବା ଘର। ୨୦୦୮ ମସିହାରୁ ଆରମ୍ଭ କରି ଆଜିଯାଏ ପ୍ରତିବର୍ଷ ଏହି ନିର୍ଦ୍ଧିଷ୍ଟ ଋତୁରେ ମାଡି ଆସିଛି ସମୁଦ୍ର। ଗତ ୨୬ତାରିଖରୁ କୁଳ ଲଂଘୁଛି ସମୁଦ୍ର। ଆଜି ସକାଳୁ ଘର ଉପରକୁ ମାଡ଼ ହେଉଛି ଜୁଆର। ଜୁଆର ମାଡ଼ରେ ଭାଙ୍ଗି ଗଲାଣି ୩ ପରିବାରର ଘର। ଏଲ .ଭଗିରାଜୁ, କେ .ଭିମାୟା ଓ ଏଲ. ଆପନାଙ୍କ ଘର ଭାଙ୍ଗିଛି। ଯଦି ଆଉକିଛି ଫୁଟ ସମୁଦ୍ର ମାଡି ଆସିବ ଅନେକ ଘର ଭାଙ୍ଗିବା ଆଶଙ୍କା ଦେଖାଦେଇଛି। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ଉଚ୍ଚକର୍ତ୍ତପକ୍ଷଙ୍କୁ ପଠାଯାଉଛି ବୋଲି ତହସିଲଦାର କହିଛନ୍ତି।

ଖବର ପାଇ ଚିକିଟି ତହସିଲ ଦାର ବିଶ୍ୱରଞ୍ଜନ କହଁର ପହଞ୍ଚି ତଦନ୍ତ କରି ଫେରିଛନ୍ତି ଓ ଜଳସମ୍ପଦ ସୁପରଟେଣ୍ଡ ଇଞ୍ଜିନିୟର ମଧ୍ୟ ପହଁଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଅଞ୍ଚଳ ବାସୀଙ୍କ କହିବାପ୍ରକାରେ ଏହା ମଣିଷ କୃତ। ବାହୁଦା ନଦୀର ମୁହାଁଣ ପୋତିହୋଇ ତାର ଦିଗ ପରିବର୍ତ୍ତନ କରି ରାମେୟପାଟଣା ଯାଏ ଲମ୍ବି ଯାଉଛି। ନଦୀର ମୁହାଁଣ ସୁନପୁର ଠାରୁ ଅଳ୍ପ ଦୂରରେ ସମୁଦ୍ରକୁ ସଂଯୋଗ ହେଲେ ବାହୁଦା ନଦୀ ରାମେୟପାଟଣା ପର୍ଯ୍ୟନ୍ତ ଲମ୍ବି ଯାଇନଥାନ୍ତା କି ସମୁଦ୍ର ଗାଁ ମୁହଁକୁ ଆସି ନଥାନ୍ତା। ସୁନପୁର୍ ନିକଟରେ ମୁହାଁଣ ପୋତି ହେବା ଫଳରେ ଏପର ବିପର୍ଯ୍ୟୟ ଘଟୁଛି ବୋଲି ଗ୍ରାମବାସୀ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ କେ ଗତବର୍ଷ ସମୁଦ୍ର ଗାଁ ଠାରି ପ୍ରାୟ ଏକକିମି ଦୂରରେ ଥିଲା। ମୁହାଁଣ ପୋତିହେବା ଯୋଗୁଁ ଏହା ଗାଁ ମୁହା ହୋଇ ଆଜି କୁଳ ଲଂଘିଛି। ଅନୁସନ୍ଧାନରୁ ଜଣାଯାଏ ଯେ ୨୦୦୮ ମସିହାରେ ପ୍ରଥମେ ସମୁଦ୍ର କୁଳ ଲଂଘି ଥିଲା। ସେତେବେଳେ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ସୂର୍ଯ୍ୟ ନାରାୟଣ ପତ୍ର, ପ୍ରାକ୍ତନ ଜିଲାପାଳ କାର୍ତ୍ତିକେୟନ ପଣ୍ଡିଆନ ପ୍ରମୁଖ ପହଁଚି ସୁରକ୍ଷା ପାଚେରୀ ନିର୍ମାଣ ପାଇଁ ଯୋଜନା କରିଥିଲେ। ପ୍ରଶାସନିକ ଅବହେଳା ହେଉ କି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଏହି ସୁରକ୍ଷା ପାଚେରୀ ମାଲିଫିତା ତଳେ ଚାପିହୋଇ ଯାଇଛି। ପ୍ରତିବର୍ଷ ଏମିତି ସମୁଦ୍ର କୁଳ ଲଂଘୁଛି କିଛି ଘର ଧରାଶାୟୀ କରି ପୁଣି ଫେରି ଯାଉଛି। ଏହି ମଣିଷ କୃତ ବିପର୍ଯାୟରୁ ସ୍ଥାନୀୟ କୁଜିନେତା, କିଛି ସରକାରୀ କର୍ମଚାରୀ ମାଲାମାଲ ହେବା ସାର ହେଉଛି। ଲୋକଙ୍କ ସ୍ଥାୟୀ ସମସ୍ୟାର ସମାଧାନ ହୋଇପାରୁନି। ଯାହାର ଫଳ ଭୋଗିଛନ୍ତି ବେଳାଭୂମୀ କୁଳର ବାସିନ୍ଦା। ସମୁଦ୍ରର ଭୟଙ୍କର ରୂପରେ ଗ୍ରାମବାସୀ ଆତଙ୍କିତ, କେବେ ସେମାନଙ୍କୁ ମିଳିବ ସୁରକ୍ଷା ସମୟ କହିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories