www.samajalive.in
Friday, December 12, 2025
16.1 C
Bhubaneswar

ବସ୍‍ ଚଳାଚଳ ପାଇଁ ଜାରି ହେବ ଗାଇଡ୍‍ ଲାଇନ୍‍ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି,ରାଜ୍ୟରେ ବସ୍‍ ଚଳାଚଳ ପାଇଁ ଗାଇଡ୍‍ ଲାଇନ୍‍ ଜାରି  କରାଯିବ। ସେ କହିଛନ୍ତି ଯେ ବସ୍‍ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ୍‍ ସଂଘ ଗୁଡ଼ିକୁ ଗାଇଡ୍‍ ଲାଇନ୍‍ ଦିଆଯିବ ବସରେ ଥିବା ସିଟ୍‍ କ୍ଷମତା ଅନୁସାରେ ଯାତ୍ରୀମାନେ ଯାଇପାରିବେ। ବସରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ।
ଜୁଲାଇ ମାସର କରୋନା ଗାଇଡ୍‍ ଲାଇନରେ ୨୦ ଟି ଜିଲ୍ଲାରେ ବସ୍‍ ଚଳାଚଳ ପାଇଁ ଅନୁମତି ମିଳିଛି। ଯେଉଁ ଜିଲ୍ଲା ଗୁଡ଼ିକରେ ବସ୍‍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି, ସେହି ଜିଲ୍ଲା ଗୁଡ଼ିକ ମଧ୍ୟରେ ହିଁ କେବଳ ବସ୍‍ ଚଳାଚଳ କରିପାରିବ ବୋଲି  ପରିବହନ ମନ୍ତ୍ରୀ କହିଛନ୍ତି ।
କରୋନା ସ୍ଥିତିକୁ ଦେଖି ରାଜ୍ୟରେ ଜୁଲାଇ ୧୬ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍‍ଡାଉନ୍‍ ଘୋଷଣା କରାଯାଇଥିବା ବେଳେ ୨୦ଟି ଜିଲ୍ଲାରେ ବସ୍‍ ଚଳାଚଳକୁ ଅନୁମତି ଦିଆଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ‘ଏ’ କ୍ୟାଟେଗୋରୀରେ ରଖାଯାଇଛି। ଏହି ସବୁ ସ୍ଥାନରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ଅନୁମତି ଦିଆଯିବା ସହିତ ବସ୍‍ ଓ ଟ୍ୟାକ୍ସି ଚଳାଚଳକୁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ବି କ୍ୟାଟେଗୋରୀରେ ଥିବା ୧୦ ଟି ଜିଲ୍ଲାରେ ବସ୍‍ ଚଳାଚଳକୁ ଅନୁମତି ମିଳିନାହିଁ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories