www.samajalive.in
Saturday, December 13, 2025
15.1 C
Bhubaneswar

ଏସବିଆଇକାର୍ଡ, ଫାବ୍‍ଇଣ୍ଡିଆ ସହଭାଗିତାରେ ପ୍ରଚଳନ କରୁଛି ଫାବ୍‍ଇଣ୍ଡିଆ ଏସବିଆଇ କାର୍ଡ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ସର୍ବବୃହତ କ୍ରେଡିଟକାର୍ଡ ଯୋଗାଣକାରୀ ଏସବିଆଇ କାର୍ଡ ଏବଂ ଦେଶର କାରିଗରମାନଙ୍କ ଦ୍ୱାରା ହାତରେ ତିଆରି ବିବିଧ ବର୍ଗର ଉତ୍ପାଦ ନିମନ୍ତେ ଭାରତର ସର୍ବବୃହତ ଖୁଚୁରା ବିକ୍ରୟ ପ୍ଲାଟଫର୍ମ ଫାବ୍‍ଇଣ୍ଡିଆ ସ୍ୱତନ୍ତ୍ର ମିଳିତ ଭାବେ ବ୍ରାଣ୍ଡିଂ କରାଯାଇଥିବା ସଂସର୍ଗ ବିହୀନ କ୍ରେଡିଟକାର୍ଡ -ଫାବ୍‍ଇଣ୍ଡିଆ ଏସବିଆଇ କାର୍ଡ ପ୍ରଚଳନ ସକାଶେ ପରସ୍ପର ସହିତ ହାତ ମିଳାଇଛନ୍ତି। ଏହାର ପ୍ରିମିୟମ ଗ୍ରାହକମାନଙ୍କୁ ଏକ ସନ୍ତୋଷଜନକ କିଣାକିଣି ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ଅତ୍ୟନ୍ତ ଯତ୍ନର ସହିତ ବିବିଧ ଫାଇଦା ଓ ସୁବିଧା ସୁଯୋଗକୁ ନେଇ ଏହି କାର୍ଡ ଡିଜାଇନ କରାଯାଇଛି। ଏହା ଫାବ୍‍ଇଣ୍ଡିଆ ଏସବିଆଇକାର୍ଡ ସିଲେକ୍ଟଏବଂ ଫାବ୍‍ଇଣ୍ଡିଆ ଏସବିଆଇକାର୍ଡ ଭଳି ଦୁଇଟି ପ୍ରକାରରେ ଆସୁଛି।
ଏହି ନୂତନ ମିଳିତ ଭାବେ ବ୍ରାଣ୍ଡିଂ କରାଯାଇଥିବା ସଂସର୍ଗ ବିହୀନ କ୍ରେଡିଟ କାର୍ଡରେ ଖୁଚୁରା କିଣାକିଣି ଖର୍ଚ୍ଚ ଉପରେ ଏହି ଶ୍ରେଣୀରେ ସର୍ବୋତ୍ତମ ରିୱାର୍ଡ ପଏଣ୍ଟ ପ୍ରଦାନ କରାଯାଉଛି ଏବଂ ବିବିଧ ବର୍ଗରେ କରାଯାଉଥିବା ଖର୍ଚ୍ଚ କ୍ଷେତ୍ରରେ ମୂଲ୍ୟ ଫେରସ୍ତ ପାଇବା ବ୍ୟବସ୍ଥାର ସମ୍ମିଶ୍ରଣ କରାଯାଇଛି, ଯଦ୍ଦ୍ୱାରା ଏହା ପ୍ରିମିୟମ କାର୍ଡଧାରୀଙ୍କର ମୋଟାମୋଟି ଖର୍ଚ୍ଚ ଆବଶ୍ୟକତା ସମାଧାନ କରିପାରୁଛି। ଏଥିସହିତ ଫାବ୍‍ଇଣ୍ଡିଆ ଏସବିଆଇକାର୍ଡ ଗ୍ରାହକମାନଙ୍କୁ ଫାବ୍‍ଇଣ୍ଡିଆର ଫାବ୍‍ ଫ୍ୟାମିଲି ଲୟାଲଟି କାର୍ଯ୍ୟକ୍ରମରେ ଉଚ୍ଚତର ସ୍ତରରେ (ଗୋଲ୍ଡ ଓ ପ୍ଲାଟିନମ) ସିଧାସଳଖ ପ୍ରବେଶ କରିବା ସୁଯୋଗ ପ୍ରଦାନ କରୁଛି, ଅନ୍ୟଥା ଯାହା ବାର୍ଷିକ ସର୍ବନିମ୍ନ ଯଥାକ୍ରମେ ୩୦ ହଜାର ଟଙ୍କାଏବଂ ୭୫ ହଜାର ଟଙ୍କା ଖର୍ଚ୍ଚ କରିବାର ଯୋଗ୍ୟତା ହାସଲ କରୁଥିବା ଗ୍ରାହକଙ୍କୁ ଯୋଗାଇ ଦିଆଯାଇଥାଏ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories