www.samajalive.in
Saturday, December 13, 2025
26.1 C
Bhubaneswar

ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ୱାର୍ଡ ପାଇଁ ବିଜେପିର ଧାରଣା

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀରେ ଥିବା ଅତାବିରା ଏନଏସିରେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୦ ଶଯ୍ୟା ବିଶିଷ୍ଟ ସ୍ଥାୟୀ ୱାଡ ପାଇଁ ଜୁନ ୨୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ଜନତା ପାର୍ଟି ଅତାବିରା ନିର୍ବାଚନ ମଣ୍ଡଳୀର ସଭ୍ୟମାନେ ବସିଥିବା ବେଳେ ବିଜେପି ଜିଲ୍ଲା ସଭାପତି ଅଶ୍ପିନି ସଢଙ୍ଗି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ବର ଶତପଥୀ ଧାରଣା ସ୍ଥଳରେ ଉପସ୍ଥିତ ଥିବା ସମୟରେ ରାଜ୍ୟ ପ୍ରଶାସନିକ ଅଧିକାରୀ ତଥା ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଯୋଧନ ଭୋଇ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ରବିନାରାୟଣ ମିଶ୍ର ଧାରଣା ସ୍ଥଳକୁ ଆସି ଆପଣମାନଙ୍କର ଦାବିକୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇ ଅତିଶୀଘ୍ର ପୁରଣ କରିବା ନିମନ୍ତେ ଚେଷ୍ଟା କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି ଏବଂ ଅନଶନ ପ୍ରତ୍ୟାହାର କରିବା ନିମନ୍ତେ ଅନୁରୋଧ ଲରିଛନ୍ତି।

ଦାବୀପତ୍ର ପ୍ରଦାନ ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଟ, ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ଜିଲ୍ଲା ପରିଷଦ ସଭ୍ୟ ଯୁବରାଜ ପଧାନ, ଜିଲ୍ଲା ସଂମ୍ପାଦିକା କ୍ଷୀରେୱରୀ ସ୍ବାଇଁ, ରାଜ୍ୟ ଯୁବ ମୋର୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଅର୍ଚ୍ଚନା ବାଗ, ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ସାଂସଦ ପ୍ରତିନିଧି ସଂଜୀବ ପରିଜା, ମଣ୍ଡଲ ସଭାପତି ଦୀପକ କୁମାର ପଧାନ, ସଦାଶିବ ପ୍ରଧାନ, ପଚ୍ଚାନନ୍ ଗୁରୁ, ଭୀମ ସେନ୍ ମଲ୍ଲିକ, ସତ୍ୟନାରାୟଣ ଭୋଇ, ମଣ୍ଡଲ ସଂମ୍ପାଦକ ଚନ୍ଦ୍ର ତାନ୍ଡୀ, ଅମିତ ସାହୁ, ବରିଷ୍ଠ ବିଜେପି ନେତା ବିଶ୍ପ ଭୋଇ, ଜୟ ନାରାୟଣ ପଧାନ, ବିଦ୍ୟା ପଧାନ, ଅର୍ଜୁନ ବାଗ, ନିରୋଜ ବାରିକ, ପୁଷ୍ପକ ଗାଇଘରିଆ, ସୂର୍ଯ୍ୟକାନ୍ତି ସାହୁ ଏବଂ ଅନ୍ୟାନ୍ୟ ବିଜେପି ସଭ୍ୟ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories